ଜେଲ୍‌ ଗଲେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

0

ଜେଲ୍‌ ଗଲେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଅଲ୍ଲୁଙ୍କୁ ୧୪ ଦିନିଆ ପୁଲିସ ହେପାଜତ୍‌କୁ ପଠାଇଲେ କୋର୍ଟ। ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶୁକ୍ରବାର ହାଇଦ୍ରାବାଦ ନାମପଲ୍ଲୀ କୋର୍ଟରେ ହାଜର ହୋଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା।ହାଇଦ୍ରାବାଦ୍‌ ହଲ୍‌ ଦଳାଚକଟା ମାମଲାରେ ଗିରଫ ହୋଇଛନ୍ତି ଅଭିନେତା ଅଲ୍ଲୁ । ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଗଲେ ଅଲ୍ଲୁ। ଜରୁରୀ ଶୁଣାଣି ପାଇଁ ଅଲ୍ଲୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଜାମିନ୍‌ ପାଇଁ ଆବେଦନ କରିଛନ୍ତି ପୁଷ୍ପା । ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ।

Leave A Reply

Your email address will not be published.