ମାର୍ଶଲ ଆର୍ଟରେ ରାହୁଲଙ୍କୁ ମିଳିଛି ବ୍ଲାକ୍‌ ବେଲ୍ଟ, ଜାଣନ୍ତୁ ରୋଚକ କଥା

0

ଦେଶର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗୁରୁବାର ସଂସଦରେ ହୋଇଥିବା ହିଂସାକାଣ୍ଡ ପରେ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାଜପା ଏମପି ପ୍ରତାପ ଷଡଙ୍ଗୀ ଅଭିଯୋଗ ଆଣିଛନ୍ତି ଯେ, ସଂସଦ ପରିସରରେ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ରାହୁଲ ତାଙ୍କୁ ଧକ୍କା ମାରିଛନ୍ତି। ଯେଉଁଥିରେ ତାଙ୍କୁ ଗଭୀର ଆଘାତ ଲାଗିଛି। ଏପରିକି ବିରୋଧୀ ଦଳ ନେତା ତାଙ୍କୁ କ୍ଲବ ବାଉନ୍ସର ପରି ଧକ୍କା ମାରିଛନ୍ତି। ତେବେ ଏହି କ୍ଲବ ବାଉନ୍ସର ପ୍ରସଙ୍ଗ ଉଠିବା ପରେ ସୋସିଆଲ ମିଡିଆରେ ରାହୁଲଙ୍କ ମାର୍ଶଲ ଆର୍ଟରେ ବ୍ଲାକ୍‌ ବେଲ୍ଟ କାହାଣୀ ପୁଣି ଚର୍ଚ୍ଚାକୁ ଆସିଛି। ଜାଣନ୍ତୁ ସେ ସମ୍ପର୍କରେ…

କହିରଖୁଛୁ ଯେ, ରାହୁଲଙ୍କୁ ଆଇକିଡୋରେ ବ୍ଲାକ୍‌ ବେଲ୍ଟ ମିଳିଛି। ଆଇକିଡୋ ମାର୍ଶଲ ଆର୍ଟର ଏକ ଅଂଶ ଅଟେ। ଆଇକିଡୋ ଶବ୍ଦର ଅର୍ଥ ହେଉଛି ଶକ୍ତିକୁ ସୁସଂଗଠିତ କରିବା। ଏହାକୁ ବାକି ମାର୍ଶଲ ଆର୍ଟଠାରୁ ଭିନ୍ନ ବୋଲି ବିବେଚନା କରାଯାଏ। ସୂଚନା ଅନୁଯାୟୀ, ଆଇକିଡୋର ମୂଳ ଲକ୍ଷ୍ୟ ହେଉଛି ବିବାଦକୁ ଅହିଂସା ଭାବରେ ଶେଷ କରିବା।

Leave A Reply

Your email address will not be published.