ଭୁବନେଶ୍ୱର (ଆମ ଟିଭି): ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟରର୍ସ ଚେସ୍ ମହୋତ୍ସବ ସପ୍ତମ ଦିବସରେ ପହଞ୍ଚିଛି l ଏ ବର୍ଗର ସମୁଦାୟ ୯ ରାଉଣ୍ଡ ମ୍ୟାଚ ଶେଷ ସୁଦ୍ଧା ବେଲାରୁଷର ଫେଡେରସ ଆଲେକ୍ସି ଏବଂ ଭିଏତନାମାର ନ୍ଵଙ୍ଗ କ୍ଵକ ହେ ୭. ୫ ପଏଣ୍ଟ ସଂଗ୍ରହ କରି ମିଳିତ ଭାବେ ଆଗରେ ଅଛନ୍ତି l ପ୍ରଥମ ବୋର୍ଡରେ ଭରତର ଗ୍ରାଣ୍ଡ ମାଷ୍ଟର ଦୀପନ ଚକ୍ରବର୍ତ୍ତୀ, ଆଲେକ୍ସିଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖିଛନ୍ତି l ଦ୍ଵିତୀୟ ବୋର୍ଡରେ ଭିଏତନାମାର ନ୍ଵଙ୍ଗ କ୍ଵକ ହେ ବିଘ୍ନେଶ ଅଧ୍ବୀତ ଙ୍କୁ ପରାଜୟ କରିଛନ୍ତି l ଦୀପନ ଚକ୍ରବର୍ତ୍ତୀ ଏବଂ ଇଣ୍ଟରନ୍ୟାଶନାଲ ମାଷ୍ଟର ଶ୍ରୀହରି ଏଲ ୭ ପଏଣ୍ଟ ସଂଗ୍ରହ କରି ଦ୍ଵିତୀୟ ସ୍ଥାନରେ ଅଛନ୍ତି l ଓଡ଼ିଶାର ଇଣ୍ଟରନ୍ୟାଶନାଲ ମାଷ୍ଟର ସମ୍ବିତ ପଣ୍ଡା ୬ପଏଣ୍ଟ ସଂଗ୍ରହ ମ୍ୟାଚ ଡ୍ର ରେ ଅଛନ୍ତି l ସି’ ବର୍ଗର ୬ ରାଉଣ୍ଡ ଶେଷରେ ପଶ୍ଚିମବଙ୍ଗର ଦୁଇ ଜଣ ପ୍ରତିଯୋଗୀ ୟୁବ ଦେଶାୟୀ ଏବଂ ସୌମ୍ୟଦୀପ ନାଥ ୬ରୁ ୬ଟି ମ୍ୟାଚ ସମ୍ପୂର୍ଣ୍ଣ ବିଜୟୀ ହୋଇଛନ୍ତି l ୟାଙ୍କ ବ୍ୟତୀତ ଓଡ଼ିଶାର ସୂର୍ଯ୍ୟମିତ୍ର ସେନ, ଆଦିତ୍ୟ ପଟ୍ଟନାୟକ, ହିମାଂଶୁ କୁମାର ମଲ୍ଲିକ, ଛତିଶଗଡର ସାଇନି ୪ ଜଣ ଏକା ସାଙ୍ଗରେ ୫.୫ ପଏଣ୍ଟ ସଂଗ୍ରହ କରି ଦ୍ଵିତୀୟ ସ୍ଥାନରେ ଅଛନ୍ତି l
ଓଡିଶା ଓପନ୍ ଗ୍ରାଣ୍ଡ ମାଷ୍ଟର୍ସ ଚେସ ମହୋତ୍ସବରେ ସମୁଦାୟ ୮୦୦ ପ୍ରତିଯୋଗୀ, ୨୦ଟି ଦେଶ ଯଥା: ବାଙ୍ଗଲାଦେଶ, ବେଲାରସ, କଲମ୍ବିଆ, ଇଜିପ୍ଟ, ହଙ୍ଗରି, ଇଣ୍ଡୋନେସିଆ, ଭାରତ, ଇସ୍ରାଏଲ, କିର୍ଜିସ୍ତାନ, ମଙ୍ଗୋଲିଆ, ନର୍ଥ ଆମେରିକା, ଋଷିଆ, ସିଙ୍ଗାପୁର, ଶ୍ରୀଲଙ୍କା, ସ୍ଲୋଭାକିଆ, ତୁର୍କମେନିସ୍ତାନ, ୟୁଏସଏ, ଭିଏତନାମା, ଜିମ୍ବାଏ ଭଳି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି l ଆୟୋଜନ କମିଟିର ଅଧ୍ୟକ୍ଷ ଡଃ ଅବିନାଶ ସାମଲ, (ମ୍ୟାନେଜିଂ ଡାଇରେକ୍ଟର, ଏମ୍ପେରିଓ ଗ୍ରୁପ) ସର୍ବାଧିକ ପ୍ରୋତ୍ସାହନ ଯୋଗାଇଛନ୍ତି l ଜଣେ ଯୁବ ଉଦ୍ୟୋଗପତି ଭାବରେ ଏହି ମହୋତ୍ସବ ପ୍ରତି ତାଙ୍କର ଅବଦାନ ଅତୁଳନୀୟ l ଏହି ଚେସ୍ ମହୋତ୍ସବ ଓଡିଶାରେ ଦ୍ଵିତୀୟ ବର୍ଷରେ ପହଞ୍ଚିଥିବା ବେଳେ ଏହା କିପରି ପ୍ରତିବର୍ଷ ଓଡ଼ିଶାରେ ଆୟୋଜିତ ହେବ ସେଥିପାଇଁ ଡଃ ସାମଲ ତତ୍ପର ଅଛନ୍ତି l
ମହୋତ୍ସବର ସପ୍ତମ ଦିବସରେ ରାଜ୍ୟ ଚେସ୍ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆର କ୍ରୀଡ଼ାଅଧିକାରୀ ସୁନିତା ବର୍ମା ଓ ଡିନ୍ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l ଅଖିଳ ଭାରତୀୟ ଚେସ୍ ମହାସଂଘର ୫ଜଣ କର୍ମଚାରୀ ଏହି ମହୋତ୍ସବକୁ ପରିଚାଳନା କରିବା ପାଇଁ ନିଯୁକ୍ତି ରହିଛନ୍ତି l ମୁଖ୍ୟ ବିଚାରକ ପଲ୍ ଆରୋକ୍ୟ ରାଜ, ଉପମୁଖ୍ୟ ବିଚାରକ ତାପସ ମହାନ୍ତି, ସୁରେଶ ଚନ୍ଦ୍ର ସାହୁ, ଫେୟାର ପ୍ଲେ ବିଚାରକ ଅପରାଜିତା ଗୋଛିକାର ଏବଂ କବିରାଜ ଶାବନ୍ତ l ତେବେ ଏହି ଚେସ ମହୋତ୍ସବ ଆସନ୍ତା ୨୨ ଡିସେମ୍ବର ରେ ସମାପ୍ତ ହେବ l ଏହି ମହୋତ୍ସବ ଦ୍ୱାରା ଅନେକ ପ୍ରତିଯୋଗୀ ଚେସ୍ ଖେଳ ପ୍ରତି ଆକୃଷ୍ଟ ହେଉଛନ୍ତି ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇଛନ୍ତି l