ଛାତ୍ର ସଂସଦ ନିର୍ବାଚନ ଉପରେ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
: କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ । ଏହି ଅଧିବେଶନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ଉପରେ ମୁଖ୍ୟମନ୍ତ୍ରୀ ବଡ଼ ସଂକେତ ଦେଇଛନ୍ତି। ସେ କହିଛନ୍ତି ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। ହୀନ ଚକ୍ରାନ୍ତ କରି ଛାତ୍ର ନିର୍ବାଚନ ବନ୍ଦ କରିଥିଲେ। ଛାତ୍ର ନିର୍ବାଚନର ଫଳାଫଳ ପୂର୍ବ ସରକାରକୁ ଭୟଭୀତ କରିଥିଲା।