ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୩ ମୃତ,୨୦ ଆହତ

0
କୋରାପୁଟ (ଆମ ଟିଭି): କୋରାପୁଟ ଜିଲା ବୈପାରୀଗୁଡା ନିକଟ ସୁକୁନାଳ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଦର୍ଶନ କରିବା ପାଇଁ କଟକ ନିଆଳିରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଏକ ଟୁରିଷ୍ଟ ବସ୍‌ରେ ଯାଉଥିବା ବେଳେ ସୁକୁନାଳ ନିକଟରେ ବସ୍‌ଟି ଭାରସ୍ୟାମ ହରାଇ ରାସ୍ତାକୁ ଓଲଟିପଡିଥିଲା । ଯାହା ଫଳରେ ୩ ଜଣଙ୍କ ମତ୍ୟୁ ହୋଇଥିବାବେଳେ ୨୦ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇଛନ୍ତି। ମୃତଳ ମଧ୍ୟରେ ୨ ଜଣ ବୟସ୍କ ଓ ଜଣେ ଶିଶୁ ଅଛନ୍ତି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରିଛି। ତେବେ ମୃତ୍ୟୁନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ବର୍ତ୍ତମାନ ଗୁରୁତର ଓ ଆହତ ବୈପାରୀଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।
Leave A Reply

Your email address will not be published.