ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ନବୀନ, ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ

0

 ଗଞ୍ଜାମ (ଆମ ଟିଭି):  ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  କ୍ଷେତ ବୁଲିବେ, ଚାଷୀଙ୍କୁ ଭେଟିବେ। ନବୀନ ଗଞ୍ଜାମର ହିଞ୍ଜିଳି,ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ । ଫସଲ କ୍ଷତି ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଙ୍କ ସହ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ।  ଚାଷୀ କିପରି ସଠିକ କ୍ଷତିପୂରଣ ପାଇବେ ସେନେଇ ଧ୍ୟାନ ଦେବାକୁ କହିବେ।  ଆସନ୍ତାକାଲି ପୁରୀ,କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତରେ ଯିବେ ନବୀନ।

ପୁରୀର ସତ୍ୟବାଦୀ ,କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ,କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ନବୀନ। ସପ୍ତାହକ ମଧ୍ୟରେ ଦୁଇ ଦୁଇଥର ଲଘୁଚାପ ବର୍ଷାରେ ଧୋଇଯାଇଛି ସୁନାର ଫସଲ। ବର୍ଷକର ଫସଲ ଅମଳ ନଷ୍ଟ ହେବା ପରେ ଚାଷୀ ସହାୟତା ଦାବି କରିଛନ୍ତି ।

Leave A Reply

Your email address will not be published.