କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସୁଷମ ଖାଦ୍ୟ ତାଲିକା
କଥା ରେ ଅଛି ରୋଗର ପ୍ରତିକାରଠାରୁ ରୋଗଠୁ ଦୂରେଇ ରହିବା କିମ୍ବା ସତର୍କତା ଶ୍ରେୟସ୍କର । ଆଜିକାଲି କରୋନା ମହାମାରୀଠୁ ବର୍ତ୍ତିବା ଲାଗି ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି । ହେଲେ କରୋନାକୁ ମୁକାବିଲା କରିବା ପାଇଁ ଆବଶ୍ୟକ ଏକ ସୁସ୍ଥ ଶରୀର । ସୁସ୍ଥ ଶରୀର ପାଇଁ ଆବଶ୍ୟକ ସୁଷମ ଖାଦ୍ୟ ।
ପ୍ରାକୃତିକ ଉପାୟରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି କି ? କରୋନା ସଂକ୍ରମଣରୁ ନିଜକୁ ତଥା ପରିବାର ଲୋକଙ୍କୁ ଦୂରେଇ ରଖିବାକୁ ଆପଣାନ୍ତି ଏହି ସରଳ ଖାଦ୍ୟ ସୂଚୀ ।
କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସରକାରଙ୍କ ପ୍ରଦତ୍ତଖାଦ୍ୟ ତାଲିକା:
ପ୍ରୋଟିମ୍ ପାଇଁ ଚିକେନ୍, ମାଛ, ଅଣ୍ଡା, ସୋୟା, ବାଦାମ୍ ଓ ପନିର୍ ଖାଇବା ଉଚିତ୍ ।
ପ୍ରତିଦିନ ନହେଲେ ବି ନିଜ ଖାଦ୍ୟଚର୍ଯ୍ୟାରେ ବାଦାମ୍, ଅଖରୋଟ୍, ଅଲିଭ୍ ତେଲ ଓ ସୋରିଷ ତେଲ ବ୍ୟବହାର କରିପାରନ୍ତି ।
ପ୍ରତ୍ୟହ ଶାରିରୀକ ବ୍ୟାୟାମ କିମ୍ବା ଯୋଗାଭ୍ୟାସ ଜାରି ରଖନ୍ତୁ ।
ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ ଡାର୍କ ଚକୋଲେଟ୍ (ଶତକଡା ୭୦ ପ୍ରତିଶତ କୋକୋ) ଖାଇପାରନ୍ତି ।
ଦିନକୁ ଥରେ କଦଳୀ ସହ କ୍ଷୀର ସେବନ କରନ୍ତୁ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
କରୋନା ସଂକ୍ରମିତ ରୋଗୀ ସ୍ୱାଦ ଓ ଗନ୍ଧ ବାରିବା ଶକ୍ତି ହରାଇଥାନ୍ତି । ସେଥିପାଇଁ ତାଙ୍କୁ ନରମ ଖାଦ୍ୟ ଖାଇବାକୁ ଦିଅନ୍ତୁ ।