ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ

0

ନୂଆଦିଲ୍ଲୀ (ଆମ ଟିଭି): ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ନସର ପଠାନ ନାମକ ଏକ ଆଇଡିରୁ  ବୋମା ବିସ୍ଫୋରଣର ଧମକ ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ସମସ୍ତେ ଅପରାଧୀ। ମହାକୁମ୍ବରେ ଆମେ ବୋମା ବିସ୍ଫୋରଣ କରିବୁ ଏବଂ ୧ ହଜାର ହିନ୍ଦୁଙ୍କୁ ହତ୍ୟା କରିବୁ।

ଡିସେମ୍ବର ୩୧ ତାରିଖରେ ବିପିନ୍ ଗୌର ନାମକ ଜଣେ ଯୁବକ ଡାଏଲ୍ -୧୧୨ ୟୁପି ପୋଲିସକୁ ଟ୍ୟାଗ୍ କରି ଏହି ପୋଷ୍ଟର ସ୍କ୍ରିନ୍ ସଟ୍ ମଧ୍ୟ ସେୟାର କରିଥିଲେ। ଯାହା ପରେ ପୋଲିସ ତନାଘନା ଚଳାଇଛି।

ଏନେଇ ପ୍ରୟାଗରାଜ ପୋଲିସ କମିଶନର ଏବଂ ସୁରକ୍ଷା ଏଜେନ୍ସିକୁ ସୂଚନା ଦିଆଯାଇଛି। ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଏବେ ଖୋଜିବାରେ ଲାଗିଛି। ତେବେ ଏହାପୂର୍ବରୁ ଡିସେମ୍ବର ୨୪ରେ ମଧ୍ୟ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ମହାକୁମ୍ଭ ଯାତ୍ରାରେ ଆକ୍ରମଣ କରିବା ନେଇ ଧମକ ଦେଇଥିଲା।

ତେବେ ମହାକୁମ୍ଭ ଯାତ୍ରା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫେବୃଆରୀ ୨୬ରେ ସରିବ। ପାଖାପାଖି ୫୦ କୋଟି ଲୋକ ଏଥିରେ ସାମିଲ ହେବା ନେଇ ଆକଳନ କରାଯାଉଛି।

ଅପରପକ୍ଷରେ ଯେଉଁ ଆଇଡିରୁ ଏହି ଧମକପୂର୍ଣ୍ଣ ପୋଷ୍ଟ ଆସିଥିଲା ସେହି ଆଇଡିର ବାୟୋରେ ଲେଖାଥିଲା ଯେ ଜଣେ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ ଅଟେ ଏବଂ ମୁଁ ଜଣେ କଟ୍ଟର ମୁସଲମାନ। ତେବେ ପୋଲିସ ସେହି ନମ୍ବର ଓ ଇ-ମେଲ ଖୋଳତାଡ କରି ଉକ୍ତ ଆଇଡିର ଯାଞ୍ଚ କରୁଛି।

Leave A Reply

Your email address will not be published.