ପୁଣି ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ମମତା

0

ଭୁବନେଶ୍ବର (ଆମ ଟିଭି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟରେ ଆଳୁ ଦର ପୁଣିଥରେ ବୃଦ୍ଧି ପାଇଛି। ଗତ ୪ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବାରୁ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନାହିଁ। ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡୁଛି।

ଏହି କାରଣରୁ କିଛିଦିନର ବ୍ୟବଧାନ ପରେ ଆଳୁ ଦର ପୁଣି ବୃଦ୍ଧି ପାଇଛି। ବେପାରୀ ମନଇଛା ଚଢ଼ା ଦରରେ ଆଳୁ ବିକ୍ରି କରୁଛନ୍ତି।

Leave A Reply

Your email address will not be published.