ଘରେ କେହି କରୋନା ସଂକ୍ରମିତ ହେଲେ କ’ଣ କରିବେ ?
ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖନ୍ତୁ
ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଅନ୍ୟତ୍ର ଏକାକି ରହିବା ପାଇଁ ବ୍ୟବସ୍ଥା କରନ୍ତୁ । ତାଙ୍କଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ କରନ୍ତୁ ।
ରୋଗୀ ରହୁଥିବା ଘରଟିକୁ ଭଲ ଭାବେ ବାୟୁ ପ୍ରବାହିତ ହେଉଥିବା ଆବଶ୍ୟକ । ମଝିରେମଝିରେ ସେହି ଘରର ଝରକା ଖୋଲିବା ନିହାତି ଆବଶ୍ୟକ ।
କରୋନା ସଂକ୍ରମଣଠାରୁ ଦୂରେଇ ରୁହନ୍ତୁ
ଘରର ଏପରି ଜଣେ ସଦସ୍ୟଙ୍କୁ ଚିହ୍ନଟ କରନ୍ତୁ, ଯିଏ ବାହାର ଲୋକଙ୍କ ସହ ଅତିନିମ୍ନ ସଂସ୍ପର୍ଶର୍ରେ ଥିବେ । ସେହି ସଦସ୍ୟ ଜଣକ ରୋଗୀ ସହ ସଂସ୍ପର୍ଶରେ ରହିବେ ।
ରୋଗୀ ସହ ସଂସ୍ପର୍ଶରେ ଥିବା ସମୟରେ ମାସ୍କ ବ୍ୟବହାର କରନ୍ତୁ ।
ରୋଗୀ ପାଇଁ ନିର୍ଦ୍ଧିଷ୍ଟ ବାସନ ସହ ଶେଯ ସରଂଜାମ ବ୍ୟବହାର କରନ୍ତୁ ।
ରୋଗୀ ସଂସ୍ପର୍ଶରେ ଆସିଥିବା ଗୃହ କିମ୍ବା ଅନ୍ୟ କୌଣସି ସାମଗ୍ରୀକୁ ନିୟମିତ ଭାବେ ସାନିଟାଇଜ୍ କରନ୍ତୁ ।
ରୋଗୀର ଯତ୍ନ ନିଅନ୍ତୁ
କରୋନା ସଂକ୍ରମିତଙ୍କ ଲକ୍ଷଣ ଉପରେ ନିୟମିତ ନଜର ରଖନ୍ତୁ ।
ଗୁରୁତର ରୋଗୀଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।
ରୋଗୀ ଯେପରି ଠିକ ସେ ବିଶ୍ରାମ ଓ ପାଣି ପିଉଥିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ରୋଗୀ ନିକଟରେ ଏହି ସବୁ ବିପଦଜନକ ଲକ୍ଷଣ ଥିଲେ ତୁରନ୍ତୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗାଯୋଗ କରନ୍ତୁ
ନିଃଶ୍ୱାସ ନେବାରେ ଅସୁବିଧା
ଦ୍ୱନ୍ଦରେ ପଡିବା
କଥା କହିବାରେ ଅସୁବିଧା ହେଲେ
ଛାତିରେ ଯନ୍ତ୍ରଣା ଅନୁଭବ ହେଲେ ।