ସକାଳୁ ସକାଳୁ ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ; ଯୁବକଙ୍କ ମୁଣ୍ଡ କାଟି ଫିଙ୍ଗିଦେଲେ!

0

ଭୁବନେଶ୍ୱର (ଆମ ଟିଭି): ସକାଳୁ ସକାଳୁ ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଦେଲେ ଦୁର୍ବୃତ୍ତ । ରସୁଲଗଡରୁ ବାଣୀବିହାର ରାସ୍ତା ଉପରେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ମୃତ ଜଣକ ହେଉଛନ୍ତି କେଦାରପଲ୍ଲୀ ବସ୍ତିର ସହଦେଵ ନାୟକ । ତାଙ୍କୁ କିଏ ଓ କାହିଁକି ହାଣିଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ।

ତେବେ ଘଟଣା ସ୍ଥଳରେ ଶହୀଦ ନଗର ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ମୃତ ଯୁବକଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଚଳନ୍ତା ସ୍କୁଟିରେ ଥିବାବେଳେ ଯୁବକଙ୍କୁ ହାଣିଥିବା ଖବର ମିଳିଛି । ତେବେ ଗୋଟେପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ବେଳେ ଏପଟେ ବିଚ୍ ରାସ୍ତାରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.