ଏଚଏମପିଭି: ଆରଟିପିସିଆର ପରୀକ୍ଷା ଆରମ୍ଭ, ସ୍ଵତନ୍ତ୍ର ଲ୍ୟାବ୍‌ ପାଇଁ ପ୍ରସ୍ତୁତି

0

ଦେଶରେ ହ୍ୟୁମାନ ମେଟାନ୍ୟୁମୋଭାଇରସ(ଏଚଏମପିଭି) ସଂକ୍ରମିତ ଚିହ୍ନଟ ହେବାପରେ ହିମାଚଳ ପ୍ରଦେଶରେ ସତର୍କତା ବଢାଇ ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଥଣ୍ଡା, କାଶ, ଜ୍ୱର ଏବଂ କଫ ଭଳି ଲକ୍ଷଣ ଥିବା ରୋଗୀଙ୍କର ଆରଟିପିସିଆର ପରୀକ୍ଷା କରିବାକୁ ସମସ୍ତ ଡାକ୍ତରଖାନାକୁ କହିଛି ସ୍ୱାସ୍ଥ୍ୟ ବିଭାଗ। ଏକ ସ୍ୱତନ୍ତ୍ର ଲ୍ୟାବ ଆରମ୍ଭ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ସଂକ୍ରମଣ ଚିହ୍ନଟ ନ ହେଲେ ଅନ୍ୟ ପରୀକ୍ଷା କରାଯିବ।

ଅପରପକ୍ଷେ ବାହାର ରାଜ୍ୟରୁ ହିମାଚଳ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ଏଭଳି ରୋଗୀଙ୍କ ପାଇଁ ହସ୍ପିଟାଲରେ ଅଲଗା ଓ୍ବାର୍ଡ଼ ବ୍ୟବସ୍ଥା କରିବାକୁ କୁହାଯାଇଛି। ତେବେ ଏହା ଏକ ସାଧାରଣ ଭୂତାଣୁ, ତେଣୁ ଭୟଭୀତ ନ ହେବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.