ସହଦେବଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି: BJPର ବଡ଼ ଘୋଷଣା

0

ଭୁବନେଶ୍ୱର (ଆମ ଟିଭି): ସହଦେବ ନାୟକଙ୍କ ହତ୍ୟା ଘଟଣାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳେ ରସୁଲଗଡ଼ ଫ୍ଲାଏଓଭରରେ ସ୍କୁଟି ଯାଉଥିବାବେଳ ସହଦେବଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଗୁରୁବାର ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା। ଏହାର ପାଲଟା ଜବାବରେ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବାବୁ ସିଂ କହିଛନ୍ତି, ସହଦେବଙ୍କ ହତ୍ୟା ସମସ୍ତଙ୍କ ପାଇଁ ଦୁଃଖଦ ଘଟଣା। ତାଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି। ଖୁଣ୍ଟ ପରି ତାଙ୍କ ପରିବାର ସହ ରହିଛୁ। ଦୀର୍ଘ ୩ ଦିନ ହେବ ତାଙ୍କ ପରିବାର ସହ ଆମ ନେତା ଯୋଗାଯୋଗରେ ରହିଛନ୍ତି। ପୋଲିସ ତାଙ୍କ ପରିବାର ଓ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ଦାବି ନେଇ କାର୍ଯ୍ୟାନୁଷ୍ଠାନ ନେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗକୁ ଦୋଷୀଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ମଧ୍ୟ ୧୨ ଘଣ୍ଟା ମଧ୍ୟରେ ୫ ଜଣକୁ ଗିରଫକରି ତଦନ୍ତ ଚଳାଇଛି। ଘଟଣାରେ ଯେତେ ବଡ ବ୍ୟକ୍ତି ଥିବେ ତାକୁ ଧରାଯିବ। ଯିଏ ଅପରାଧ କରିବେ ତାଙ୍କୁ ଦଣ୍ଡ ସୁନିଶ୍ଚିତ। ସହଦେବଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆଗାମୀ ଦିନରେ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ବର୍ତ୍ତମାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାକୁ ନେଇ କଥା ହୋଇଛନ୍ତି ବୋଲି ବାବୁ କହିଛନ୍ତି।

ଆହୁରି କହିଛନ୍ତି, ସହଦେବଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଅଛନ୍ତି। ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ପରେ ମୁଖ୍ୟମନ୍ତ୍ରୀ ସହଦେବଙ୍କ ପରିବାରକୁ ଭେଟିବେ। ରାଜ୍ୟରେ ଆମ ସରକାର ଆସିବା ପରେ ବଡ଼ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶର ନେତୃତ୍ୱ ଆମ ରାଜ୍ୟକୁ ଆସୁଛନ୍ତି, ତାଙ୍କୁ ଆତିଥ୍ୟ ଦେବ ଆମ ଦାୟିତ୍ୱ। ଦୋଷୀକୁ ଦଣ୍ଡଦେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଜନୈତିକ ରୁଟି ସେକିବା ପାଇଁ ବିଜେଡି ଚାହଁୁଛି। ବିଜେଡି ଡବଲ ଷ୍ଟାଣ୍ଡାର୍ଡ କଥା କହୁଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନେ ସମଲୋଚିତ ହେଲେଣି। ଗୋଟେ କୋଟି କ’ଣ ୧୦କୋଟି ଦେଲେ ବି ସହଦେବଙ୍କ ପରିବାରକୁ ତାହା କମ୍‌ ହେବ। କିନ୍ତୁ ଗୋଟେ ସରକାର ୨୪ ବର୍ଷ ରହିଥିବା ବେଳେ ହୋଇଥିବା ହତ୍ୟା ଓ ଡ୍ରେନ୍‌ରେ ପଡ଼ି ମରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କେତେ ଅର୍ଥ ଦିଆଯାଇଛି ବୋଲି କହି ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି।

Leave A Reply

Your email address will not be published.