*ଦ ଟାଇଫୁନ୍ ଦୈନିକ ଇଂରାଜୀ ଖବର କାଗଜ ଉନ୍ମୋଚନ*
ଦୈନନ୍ଦିନ ଜୀବନରେ ଖବର କାଗଜର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ l ସେହି ପରିକଳ୍ପନାରେ ଯୁବ ଉଦ୍ୟୋଗୀ ଶ୍ରୀ ଜଗନ୍ନାଥ ପ୍ରସାଦ ସାହୁ “ଦ ଟାଇଫୁନ୍” ନାମରେ ଏକ ଇଂରାଜୀ ମୁଦ୍ରିତ ଖବର କାଗଜ ଉନ୍ମୋଚନ କରିଛନ୍ତି l
ଏହି ଇଂରାଜୀ ଖବର କାଗଜର ଉନ୍ମୋଚନ ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ଭାରତୀୟ ଜନତା ଦଳର ଉପ ସଭାପତି ଶ୍ରୀଯୁକ୍ତ ଗୋଲକ ବିହାରୀ ମହାପାତ୍ର, ସମାଜସେବୀ ତଥା ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ଦଳର ରାଜନେତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସମେତ ଟାଇଫୁନ୍ ଇଂରାଜୀ ଖବର କାଗଜର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀ ଜଗନ୍ନାଥ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିଲେ l ଆମ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବରେ ପରିଗଣିତ ହେଉଥିବା ମୁଦ୍ରିତ ଗଣମାଧ୍ୟମ ସମାଜର ସଚେତକ ଭାବେ ସର୍ବଦା ଆଗରେ ଥାଏ l ଦୁନିଆ ଡିଜିଟାଲ ହୋଇଗଲାଣି ସତ ହେଲେ ମୁଦ୍ରିତ ଖବର କାଗଜର ଚାହିଦା ଏବେ ବି ରହିଛି l ଚା’ କପ୍ ସହିତ ଖବର କାଗଜର ସମ୍ପର୍କ ବହୁ ପୁରୁଣା l ଚା’ ଖଟିରେ ଖବର କାଗଜ ପଢି ଦୁନିଆ ବିଷୟରେ ଚର୍ଚ୍ଚା ଚାଲେ l ତେଣୁ ଚା’ ଏବଂ ଖବର କାଗଜର ଯୋଡି ସବୁବେଳେ ମଜବୁତ ଥାଏ l ସରକାର ଚଳାଇବା ପାଇଁ ଖବର କାଗଜର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ l ଖବର କାଗଜର ଗୋଟିଏ ଧାଡି ସରକାରକୁ ବହୁବାର ଥରହର କରିବାର ଅନେକ ଦୃଷ୍ଟାନ୍ତ ରହିଛି l
ତେବେ ଏହି ଇଂରାଜୀ ଖବର କାଗଜ ନିରପେକ୍ଷ ସମ୍ବାଦ ମୁଦ୍ରଣ କରିବା ଲକ୍ଷ୍ୟ ନେଇ ଆଗକୁ ବଢିବ ବୋଲି ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀ ଜଗନ୍ନାଥ ପ୍ରସାଦ ସାହୁ ମତ ରଖିଛନ୍ତି l
ଇଂରାଜୀ ଖବର କାଗଜର ଉନ୍ମୋଚନ ସହିତ ଓଡିଶା ଭିଜିଓନାରୀ ଆୱାର୍ଡ ୨୦୨୫ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ କେତେ ଜଣ ସଫଳ ଯୁବ ଉଦ୍ୟୋଗୀ ତଥା ସମାଜ ପ୍ରତି ତାଙ୍କର ଥିବା ଅବଦାନ ପାଇଁ ଏହି ସମ୍ମାନ ମିଳିଥିଲା l ଶିକ୍ଷା, ଆଇଟି, ସ୍ୱାସ୍ଥ୍ୟ, ଫେଶନ ଡିଜାଇନ୍, ଉପସ୍ଥାପନା ଇତ୍ୟାଦି କ୍ଷେତ୍ରରେ ଯେଉଁମାନଙ୍କର ସମାଜ ପ୍ରତି ପ୍ରମୁଖ ଭୂମିକା ରହିଛି ସେହି ବ୍ୟକ୍ତିବିଶେଷ ଯଥା ; ସୋମା କର, ପ୍ରଦୀପ ଘୋଷାଲ, ସନ୍ତୋଷ କୁମାର ସାହୁ, ଅର୍ଚ୍ଚନା ମହାପାତ୍ର, ଦୀପକ କୁମାର ନାଥ, ଆୟୁଷ ଆରୟା, ସ୍ୱରୂପ ରଞ୍ଜନ ଦାସ, ଶୀତଲ ପାତ୍ର, ଜାହିଦା ଅହମ୍ବଦ, ପପୁ ପାତ୍ର, ଏସ.କେ ସଲମାନ ଖୁର୍ସିତ, ଚିନ୍ମୟ ଚୌଧୁରୀ, ସୁବ୍ରତ କୁମାର, ଶରତ କୁମାର ସାହୁ, ଗୌରବ ରାଲହନ ଏବଂ ଶୁଭୋଜିତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ତେବେ ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା ଯେଉଁ ବ୍ୟକ୍ତିତ୍ବ ନିଜକୁ ସମାଜ ପାଇଁ ସମର୍ପିତ କରୁଛନ୍ତି ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଏବଂ ଆଗାମୀ ପିଢ଼ି ପାଇଁ ପ୍ରେରଣା ଦେବା l