ଫେବୃଆରୀରେ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହୋଇପାରେ ବଡ଼ ଆଲୋଚନା

0

ଆମେରିକାରେ ପୁଣି ଆରମ୍ଭ ହୋଇଛି ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲଡ ଟ୍ରମ୍ପ । ତେବେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତ- ଆମେରିକା ସମ୍ପର୍କ କେମିତି ରହିବ, ତାହା ଉପରେ ସାରା ବିଶ୍ୱର ନଜର ରହିଛି । ଏହାରି ଭିତରେ ଫେବୃଆରୀରେ ଆମେରିକାରେ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ହୋଇପାରେ ବୈଠକ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତୀୟ ଏବଂ ଆମେରିକୀୟ କୂଟନୀତିଜ୍ଞ ଫେବ୍ରୁଆରୀରେ ୱାଶିଂଟନରେ ପିଏମ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବା ପାଇଁ ପ୍ରସାୟ କରୁଛନ୍ତି।

ଯଦି ଏହି ବୈଠକ ହୁଏ ତେବେ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ବ୍ୟବସାୟ ଏବଂ ଶ୍ରମିକ ଭିସା ଉପରେ ଚର୍ଚ୍ଚା ହୋଇପାରେ । ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ହ୍ବାଇଟ ହାଉସରେ ପହଞ୍ଚିବା ପରେ ନୂଆଦିଲ୍ଲୀରେ ଅଧିକାରୀଙ୍କ ମଧ୍ୟରେ ଭାରତ ଉପରେ ଟାରିଫ ବୃଦ୍ଧି କରାଯିବାକୁ ନେଇ ଚିନ୍ତା ବଢିଛି । ତେବେ ଫେବ୍ରୁଆରୀରେ ଏହି ବୈଠକ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ନିଶ୍ଚିତ ଦ୍ୱିପାକ୍ଷିକ ବୈଠକ ହୋଇପାରେ ।

ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର କ୍ୱାଡ ସଦସ୍ୟ ରାଷ୍ଟ୍ରମୁଖ୍ୟ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବେ । ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ୨୦୨୦ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ଅହମଦାବାଦର କ୍ରିକେଟ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.