ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବଡ ପରିବର୍ତ୍ତନ: କାଲିଠୁ ବଦଳିବ ଏହି ୪ ନିୟମ

0

ରାତି ପାହିଲେ ଆରମ୍ଭ ହୋଇଯିବ ଫେବୃଆରୀ ମାସ । ଆଉ ମାସ ଆରମ୍ଭରୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହେବ କିଛି ପରିବର୍ତ୍ତନ । ଯାହା ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡିତ । କାରଣ ବ୍ୟାଙ୍କରେ ଖାତା ସମସ୍ତଙ୍କର ଅଛି । ଆଉ ଏହି ଖବର ଆପଣଙ୍କ ଜୀବନ ସହ ନିଶ୍ଚିତ ଜଡିତ । ତେବେ ନିୟମ ପରିବର୍ତ୍ତନ ହେବା ପୂର୍ବରୁ ଆପଣ ଜାଣି ରଖନ୍ତୁ ବଦଳୁଥିବା ନିୟମ ବିଷୟରେ ।

ଏହି ପରିବର୍ତ୍ତନ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନିର୍ଦ୍ଦେଶ ଦ୍ବାରା ଲାଗୁ ହେବ । ଏସବିଆଇ, ପିଏନବି, କାନାରା ବ୍ୟାଙ୍କ ଅନ୍ୟ ପ୍ରମୁଖ ବ୍ୟାଙ୍କର ଗ୍ରାହକ ଏହାଦ୍ବାରା ପ୍ରଭାବିତ ହେବେ । ଏହି ନୂଆ ନିୟମର ଉଦ୍ଦେଶ୍ୟ ବ୍ୟାଙ୍କିଙ୍ଗ ସେବାକୁ ଅଧିକ ସୁରକ୍ଷିତ, ପାରଦର୍ଶି ଆ ଗ୍ରାହକ କୈନ୍ଦ୍ରିକ କରିବା ।

ନ୍ୟୁନତମ ପଲିସିରେ ପରିବର୍ତ୍ତନ 
୧ ଫେବୃଆରୀ  ୨୦୨୫ରେ ସେଭିଙ୍ଗ ଆକାଉଣ୍ଟରେ ନ୍ୟୁନମତ ପଲିସିର ରାଶିକୁ ବଢାଯିବ । ଏସବିଆଇ ଗ୍ରାହକଙ୍କୁ ଏବେ ୫ ହଜାର ଟଙ୍କା ବାଲାନ୍ସ ନିଜ ଖାତାରେ ରଖିବାକୁ ପଡିବ, ଯାହା ପୂର୍ବରୁ ୩ ହଜାର ଟଙ୍କା ଥିଲା । ସେହିପରି ପିଏନବିର ନ୍ୟୁନତମ ବାଲାନ୍ସ ୨ ହଜାରରୁ ବଢି ୩ ହଜାର ୫୦୦ ହୋଇଛି । କାନାରା ବ୍ୟାଙ୍କ ପାଇଂ ଏହି ରାଶି ୧ ହଜାର ଟଙ୍କାରୁ ବଢି ୨ ହଜାର ୫୦୦ ଟଙ୍କା ହୋଇଛି । ଗ୍ରାହକଙ୍କୁ ପରାମର୍ଶ ଦିଆଯାଉଛି କି ସେମାନେ ନିଜ ଖାତାରେ ପର୍ଯ୍ୟାପ୍ତ ଟଙ୍କା ରଖନ୍ତୁ ଆଉ ଫାଇନ ଦେବାରୁ ବଞ୍ଚିତ ହୁଅନ୍ତୁ ।

ଏଟିଏମ ଉଠାଣ ଫିସରେ ପରିବର୍ତ୍ତନ 
ନୂଆ ନିୟମ ଅନୁସାରେ, ଏଟିଏମରୁ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟାକୁ କମ କରିଦିଆଯାଇଛି । ଏବେ କେବଳ ପ୍ରତି ମାସରେ ୩ ଫ୍ରି ଟ୍ରାଞ୍ଜାକ୍ସନର ଅନୁମତି ରହିବ । ଏହାପରେ ପ୍ରତି ଅତିରିକ୍ତ ଟ୍ରାଞ୍ଜାକ୍ସନରେ ୨୫ ଟଙ୍କା ଶୁଳ୍କ ପଡିବ । ଯାହା ପୂର୍ବରୁ ୨୦ ଟଙ୍କା ଥିଲା । ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଣ କଲେ ଏହି ଶୁଳ୍କ ୩୦ ଟଙ୍କା ଦେବାକୁ ହେବ । ଆଉ ଗୋଟିଏ ଦିନରେ ଆପଣ କେବଳ ୫୦ ହଜାର ଟଙ୍କା ଉଠାଇ ପାରିବେ । ଏହି ପରିବର୍ତ୍ତନ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବାକୁ କରାଯାଇଛି ।

ସୁଧ ହାରରେ ସଂଶୋଧନ 
ବ୍ୟାଙ୍କ ବର୍ତ୍ତମାନର ଆର୍ଥିକ ପରିସ୍ଥିତି ଅନୁସାରେ ସେଭିଙ୍ଗ ଆକାଉଣ୍ଟ ଓ ଫିକ୍ସ ଡିପୋଜିଟର ସୁଧରେ ପରିବର୍ତ୍ତନ କରିଛନ୍ତି । ସେଭିଙ୍ଗ ଆକାଉଣ୍ଟରେ ଏବେ ୩.୫ ପ୍ରତିଶତ ସୁଧ ମିଳିବ, ଯାହା ପୂର୍ବରୁ ୩ ପ୍ରତିଶତ ଥିଲା । ଗୋଟିଏ ବର୍ଷରେ ଫିକ୍ସ ଡିପୋଜିଟ ସୁଧ ଦର ୫.୫ ପ୍ରତିଶତ ବଢି ୬ ପ୍ରତିଶତ ହୋଇଯିବ । ସେହିପରି ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ୦.୫ ପ୍ରତିଶତ ଲାଭ ମିଳିବ । ଏହାଦ୍ବାରା ଗ୍ରାହକଙ୍କୁ ସଞ୍ଚୟ ଓ ନିବେଶ ପାଇଁ ପ୍ରେରଣା ମିଳୁଛି ।

Leave A Reply

Your email address will not be published.