ପୁଣି ପ୍ରୟାଗରାଜ ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ

0

ପ୍ରୟାଗରାଜ (ଆମ ଟିଭି): ପ୍ରୟାଗରାଜ ମହାକୁମ୍ଭରେ ପୁଣି ଥରେ ଏକ ଅଘଟଣ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଏଠାରେ ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଟେଣ୍ଟରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ଏଯାଏଁ ମିଳିନାହିଁ।

Leave A Reply

Your email address will not be published.