ଆସନ୍ତାକାଲି ୧୮ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା

0

ଭୁବନେଶ୍ୱର (ଆମ ଟିଭି): ଶନିବାର ଅର୍ଥାତ୍‌ ଫେବୃଆରୀ ୮ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶନିବାର ଯାଜପୁରରେ ସ୍ୱତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ । ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ୩.୩୮ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ କ୍ଲିୟରାନ୍ସ ସମସ୍ୟା ଥିଲା, ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି ।

ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡିବ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ ପରେ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ। ଏହାସହ ବାକି ଥିବା ହିତାଧିକାରୀ ଏନପିସିଆଇରେ ସମସ୍ୟା ପାଇଁ ବଞ୍ଚିତ ହେଲେ ପୁଣି ମାର୍ଚ୍ଚ ୮ରେ ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.