୩୧୪ ବ୍ଲକ ପାଇଁ ଖୁସିଖବର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ମୋହର ବାଜିଛି। ତୃଣମୂଳ ସ୍ତରରେ କ୍ରୀଡ଼ା ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ବ୍ଲକ ହେଡକାର୍ଟର କିମ୍ବା ୫ କିମି ଭିତରେ ଷ୍ଟାଡିୟମ ତିଆରି ହେବ । ୧୨ ଏକରରୁ ୧୫ ଏକର ସରକାରୀ ଜମି କିମ୍ବା ଆବଶ୍ୟକ ହେଲେ ପ୍ରାଇଭେଟ ଜମିକୁ ସରକାର ନେବେ। ଇଣ୍ଡୋର ହଲର ବ୍ୟବସ୍ଥା କରାଯାଇ ବ୍ୟବସ୍ଥା ହକି, କ୍ରିକେଟ ଓ ଫୁଟବଲ ଖେଳ ହେବ। ଏଥିଲାଗି ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛ। ୫ ବର୍ଷରେ ଏହି କାମ ସରିବ।