ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ, ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି
ମଣିପୁରରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି, ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।ବୀରେନ ସିଂହ ଭାଜପା ସାଂସଦ ସମ୍ବିତ ପାତ୍ର, ମଣିପୁର ସରକାରଙ୍କ ମନ୍ତ୍ରୀ ଏବଂ ବିଧାୟକମାନଙ୍କ ସହିତ ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନରେ ପହଞ୍ଚିଥିଲେ। ଏହି ନିଷ୍ପତ୍ତି ପୂର୍ବରୁ, ବୀରେନ ସିଂହ ରବିବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ, ଗୃହ ମନ୍ତ୍ରଣାଳୟ ସମସ୍ତ ସୁରକ୍ଷା ଏଜେନ୍ସିକୁ ହାଇ ଆଲର୍ଟ ରହିବାକୁ କହିଛି।