ରଘୁନାଥପୁରଠାରେ କୁବେର ଅପ୍ଟିକାଲ୍ସର ୫ମ ଶାଖା ଉଦଘାଟିତ*
ଭୁବନେଶ୍ୱରର ରଘୁନାଥପୁରସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ଭିନ୍ନ ଏକ ଢଙ୍ଗରେ ସାଂସ୍କୃତିକ ଓ ଆଧ୍ୟାତ୍ମିକତାକୁ ବହନ କରି ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ
କରକମଳରେ ଉଦଘାଟନ ହୋଇଛି କୁବେର ଅପ୍ଟିକାଲ୍ସ ର ନୂତନ ଶାଖା l ରଘୁନାଥପୁର ଗ୍ରାମବାସୀ, ଆଞ୍ଚଳିକ ଶ୍ରଦ୍ଧାଳୁ, ଶତାଧିକ ଗ୍ରାହକ ଓ ଆଧ୍ୟାତ୍ମିକ ପ୍ରେମୀ ମାନଙ୍କ ସମାଗମ ତଥା ବିଶିଷ୍ଟ ଓ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ମହାନ୍ତି, ଡାକ୍ତର କର୍ଣ୍ଣେଲ ପ୍ରଭାକର ରଥ, ଡାକ୍ତର ନିଖିଲ କୁମାର ମହାନ୍ତି, ଡାକ୍ତର ନରେନ୍ଦ୍ର ମୋହନ ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ l
ଶ୍ରୀମଦ୍ ବାବା ବଳିଆ ଙ୍କର ଆଶୀର୍ବଚନ ଶୁଣିବା ପାଇଁ ଏକ ନିରାଡ଼ମ୍ବର ସତସଙ୍ଗ ସଭା ର ଆୟୋଜନ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା l
ଉକ୍ତ ସଭାରେ କୁବେର ଅପ୍ଟିକାଲ୍ସ ର ସର୍ବ ପ୍ରଥମ ଗ୍ରାହକ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶ୍ରୀମଦ୍ ବାବା ବଳିଆ ଜଗନ୍ନାଥ ସଂସ୍କୃତି ର ଭାଇ ଭଉଣୀ ସମୂହ ଏବଂ ରଘୁନାଥପୁର ଗ୍ରାମର ନାମର ମହିମା ବର୍ଣ୍ଣନା କରିବା ସହ ଜନସାଧାରଣଙ୍କୁ ଏହି ପବିତ୍ର ସମାବେଶରେ ସାମିଲ ଥିବାରୁ ଶୁଭେଚ୍ଛା ଜ୍ଞାପନ କରିଥିଲେ l କୁବେର ଅପ୍ଟିକାଲ୍ସ ପ୍ରୋପ୍ରାଇଟର ଶ୍ରୀ ବିଜୟ କୁମାର ବିଶ୍ୱାଳ ଓ ଧର୍ମପତ୍ନୀ ଶ୍ରୀମତୀ ଧରିତ୍ରୀ ପରିଡା ଏବଂ ପୁତ୍ର ତଥା ସମସ୍ତ କର୍ମଚାରୀ ଅତିଥିମାନଙ୍କୁ ପାଛୋଟି ନେଇଥିଲେ l ତେବେ ଏହି ଅପ୍ଟିକାଲ୍ସ ରଘୁନାଥପୁର ଗ୍ରାମବାସୀ ତଥା ଅଞ୍ଚଳବାସୀ ଙ୍କ ହିତରେ ଜାରି ରହିବ ବୋଲି ପ୍ରୋପ୍ରାଇଟର ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ୱାଳ ପ୍ରକାଶ କରିଥିଲେ l