ଫ୍ରାନ୍ସ ପହଞ୍ଚିବା ପୂର୍ବରୁ ୪୬ ମିନିଟ୍‌ ଯାଏ ପାକିସ୍ତାନରେ ରହିଲା ମୋଦିଙ୍କ ବିମାନ

0

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାରିସ ଗସ୍ତ ସମୟରେ ତାଙ୍କ ବିମାନ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିଥିଲା। ବେସାମରିକ ବିମାନ ଚଳାଚଳ ସୂତ୍ରକୁ ଏହି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ, ଯାହାକୁ ‘ଇଣ୍ଡିଆ ୧’ କୁହାଯାଏ, ସେହି ବିମାନ ପାକିସ୍ତାନର ଶେଖପୁରା, ହାଫିଜାବାଦ, ଚକୱାଲ ଏବଂ କୋହାଟ ଅଞ୍ଚଳ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲା ଏବଂ ପ୍ରାୟ ୪୬ ମିନିଟ୍‌ ପର୍ଯ୍ୟନ୍ତ ପାକିସ୍ତାନ ସୀମା ଭିତରେ ରହିଥିଲା।

ସୂଚନାନୁଯାୟୀ, ଆଫଗାନିସ୍ତାନର ଏୟାରସ୍ପେସ ବନ୍ଦ ହେବା ଯୋଗୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକିସ୍ତାନର ଏୟାରସ୍ପେସ ଦେଇ ଯିବାକୁ ଅନୁମତି ଦିଆଯାଇଥିଲା। ଏହା ପ୍ରଥମ ଥର ନୁହେଁ ଯେ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନର ଆକାଶ ସୀମା ବ୍ୟବହାର କରିଛି। ଗତ ବର୍ଷ ଅଗଷ୍ଟ ୨୦୨୪ରେ ପୋଲାଣ୍ଡରୁ ଦିଲ୍ଲୀ ଯାତ୍ରା ସମୟରେ ମୋଦିଙ୍କ ବିମାନ ମଧ୍ୟ ପାକିସ୍ତାନର ଆକାଶପଥ ବ୍ୟବହାର କରିଥିଲା। ସେହି ସମୟରେ ବିମାନଟି ରାତି ୧୧ଟାରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା ଏବଂ ସେଠାରେ ୪୬ ମିନିଟ ପର୍ଯ୍ୟନ୍ତ ରହିଥିଲା।

 

ମାର୍ଚ୍ଚ ୨୦୧୯ରେ ପାକିସ୍ତାନ ପ୍ରାୟ ପାଞ୍ଚ ମାସ ଧରି ବନ୍ଦ ଥିବା ବେସାମରିକ ବିମାନ ପାଇଁ ସମସ୍ତ ଆକାଶ ସୀମା କଟକଣାକୁ ହଟାଇ ଦେଇଥିଲା। ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷା କାଫଲା ଉପରେ ଆକ୍ରମଣ ଫଳରେ ସୃଷ୍ଟି ହୋଇଥିବା ଭାରତ-ପାକିସ୍ତାନ ସାମରିକ ମୁହାଁମୁହିଁ ପରିସ୍ଥିତି ପରେ ଏହି ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ୪୪ ଜଣ ଭାରତୀୟ ଅର୍ଦ୍ଧସାମରିକ ପୋଲିସ ଅଧିକାରୀ ଶହୀଦ ହୋଇଥିଲେ। ଏହା ପରେ, ଅଗଷ୍ଟ ୨୦୧୯ରେ, ଯେତେବେଳେ ନରେନ୍ଦ୍ର ମୋଦିଙ୍କ ସରକାର ଜମ୍ମୁକଶ୍ମୀରରୁ ଧାରା ୩୭୦ ଏବଂ ୩୫ଏକୁ ଉଚ୍ଛେଦ କଲେ, ପାକିସ୍ତାନ ଭାରତ ସହିତ ତାର କୂଟନୈତିକ ସମ୍ପର୍କ ହ୍ରାସ କରିଦେଲା। ଏହା ବ୍ୟତୀତ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଦ୍ୱିପାକ୍ଷିକ ବାଣିଜ୍ୟ ସ୍ଥଗିତ ରଖାଯାଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ନାହିଁ।

Leave A Reply

Your email address will not be published.