ବିଧାନସଭାରେ ତାରା ପ୍ରମିଳା ମୁହାଁମୁହିଁ
ବିଧାନସଭାରେ ତାରା ପ୍ରମିଳା ମୁହାଁମୁହିଁ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗୃହରେ ମିଥ୍ୟା କହିବା ମହାପାପ । କଂଗ୍ରେସ ପକ୍ଷରୁ ଚାଷୀ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦିଆଯାଇଥିଲା । ବାଚସ୍ପତି ଏହାକୁ ଗ୍ରହଣ କରିଥିବାରୁ ଧନ୍ୟବାଦ । କଂଗ୍ରେସ ଆଲୋଚନା ପାଇଁ ଚାହୁଁ ଥିବାବେଳେ ବିଜେଡ଼ି ବନ୍ଦ କରିଦେଲା । ବିଜେଡ଼ି ଚାହିଁଥିଲେ ଆଲୋଚନା ହୋଇଥାନ୍ତା ।
ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୃହ ମଧ୍ୟକୁ କାହିଁକି ଆସୁଥିଲ । କଂଗ୍ରେସ ସଦସ୍ୟ କଣ ଚାହୁଁ ନାହାନ୍ତି କି ଆଲୋଚନା ହେଉ ବୋଲି । ଏହାର ଜବାବରେ ତାରା ବାହିନୀପତି କହିଛନ୍ତି, ବିଜେଡ଼ି ସଦସ୍ୟ ଆସିବାରୁ ଆମେ ଗୃହକୁ ବାଧ୍ୟ ହୋଇ ଆସିଥିଲୁ ।