ମାଗଣାରେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଗରିବଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ସରକାରଙ୍କ ନୂଆ ଯୋଜନା

0

ମାଗଣାରେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ। ଗରିବଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ସରକାର ଆଣିଛନ୍ତି ନୂଆ ଯୋଜନା। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ଚଳିତ ବଜେଟ୍‌ରେ ୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଏହି ଯୋଜନାରେ ଭକ୍ତମାନେ ବିଭିନ୍ନ ଜିଲ୍ଲା ସଦର ମହକୁମାରୁ ବସ୍‌ରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମାଗଣାରେ ମହାପ୍ରସାଦ ସେବନ କରିପାରିବେ। ଚଳିତ ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ରକୁ ବି ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ଘଟଗାଁ ତାରିଣୀ ମନ୍ଦିରର ବିକାଶ ମଧ୍ୟ ରହିଛି। ଏହାସହ ୧୦ ଜିଲ୍ଲାରେ ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ କରିବା ନେଇ ଏଥର ବଜେଟ୍‌ରେ ବ୍ୟୟବରାଦ ହୋଇଛି।

Leave A Reply

Your email address will not be published.