ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିସନର

0

ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ୧୮ ତାରିଖରେ ଶେଷ ହେଉଥିବା ‌ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। କେରଳ କ୍ୟାଡର୍‌ର ଏହି ପୂର୍ବତନ ଆଇଏଏସ୍‌ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ ନିଯୁକ୍ତ କରିଛି । ସୂଚନାଯୋଗ୍ୟ, ଜ୍ଞାନେଶ କୁମାର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି। କେରଳ କ୍ୟାଡର୍‌ର ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଫିସର କୁମାର ଅମିତ ଶାହଙ୍କ ଅଧୀନରେ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ। କୁମାର ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ସମୟରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୯ରେ ଯେତେବେଳେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘୋଷଣା କରାଗଲା, ସେତେବେଳେ ସେ ଗୃହ ମନ୍ତ୍ରାଳୟର ଜମ୍ମୁ-କାଶ୍ମୀର ଡେସ୍କ ଦାୟିତ୍ୱରେ ଥିଲେ। ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରି ୨୬ରେ ଶେଷ ହେବ।

Leave A Reply

Your email address will not be published.