ବିହାର ରାଜନୀତି ପାଣି ଯାଉଛି କୁଆଡ଼େ ?

0

ବିହାର ରାଜନୀତିର ଚର୍ଚ୍ଚିତ ଚେହେରା ଲାଲୁ ପ୍ରସାଦ ଯାଦବ । କେତେବେଳେ ବୟାନ ଦେଇ ତ ଆଉ କେତେବେଳେ କିଛି କାମ କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ଏବେ ତ ମହାକୁମ୍ଭକୁ ନେଇ ଯେଉଁ ବୟାନ ରଖିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ସେ କହିଛନ୍ତି ଯେଉଁମାନେ ମହାକୁମ୍ଭକୁ ଯାଉଛନ୍ତି କିଛି ଲାଭ ନାହିଁ । ଅର୍ଥାତ୍‌ ସେଠାକୁ ଗଲେ କିଛି ହେବାର ନାହିଁ । ଖାଲି ଏତିକି ନୁହେଁ ବରଂ ଏଥର ବିହାରରେ ମୋଦି କେବେ ବି ଜିତିପାରିବେ ନାହିଁ ବୋଲି ବୟାନ ରଖିଛନ୍ତି । କଥା ହେଲା ନିଜେ ଘୋଟାଲା କରି ଜେଲ୍‌ରେ ଥିଲେ ବିହାରର ଏହି ବରିଷ୍ଠ ନେତା । କୋର୍ଟରୁ ବେଲ୍‌ ମିଳିବା ପରେ ଏବେ ସେ ଜେଲ ବାହାରକୁ ଆସିଛନ୍ତି । କିନ୍ତୁ ତୋଡ ଆଦୌ କମିନି । ଅର୍ଥାତ୍‌ କୋର୍ଟ ଅର୍ଡର ଅନୁସାରେ, ସେ ନିର୍ବାଚନ ଲଢିପାରିବେ ନାହିଁ । ହେଲେ କେଉଁ ପରିସ୍ଥିତିରେ ସେ ମୋଦୀଙ୍କୁ କ୍ଷମତାରୁ ଦୂରେଇ ରଖିବେ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏସନ ବିହାର ଦେଖିବ ନିର୍ବାଚନ । ତାରିଖ ଘୋଷଣା ବି ହୋଇନି ଅର୍ଥାତ୍‌ ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଛି । ଏହାରି ଭିତରେ ଲାଲୁ ଓ ତାଙ୍କ ପୁଅ ବିବାଦୀୟ ବୟାନ ଦେଇଛନ୍ତି । ଗୋଟିଏ ପଟେ ଲାଲୁ କହିଥିଲେ ମହାକୁମ୍ଭକୁ ଗଲେ କୌଣସି ଲାଭ ହେବ ନାହିଁ । ସେପଟେ ପୁଅ ତେଜସ୍ବୀ କହିଛନ୍ତି, ନିର୍ବାଚନ କମିଶନ ସ୍ବଚ୍ଛତାର ସହ କାମ କରୁନାହାନ୍ତି । ଗଣତନ୍ତ୍ର ଲାଗି ସେ ବିପଦ । ଖାଲି ଏତିକି ନୁହେଁ ବରଂ ସେ ସ୍ବପ୍ନ ଦେଖୁଛନ୍ତି କି, କେନ୍ଦ୍ରରେ ତାଙ୍କର ସରକାର ଆସିବ ଏବଂ ସେ ଇଭିଏମ୍‌ ଉଠାଇ ଦେବେ ନିର୍ବାଚନ ପ୍ରକ୍ରିୟାରୁ । ହେଲେ ଏହା ଯେ କେବଳ ସ୍ବପ୍ନ ସେଥିରେ କୌଣସି ସନ୍ଦେହ ନାହିଁ । ହେଲେ ଉଭୟ ବାପ-ପୁଅ ନିର୍ବାଚନ ରଣନୀତି କରିବାରେ ପୁରା ସାତିର । ତେଣୁ କେଉଁ ପରିସ୍ଥିତିରେ ସେ କଣ କରିବେ ତାହା କହିବା ବି ମୁସ୍କିଲ । ହେଲେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ଲାଲୁ ମହାକୁମ୍ଭକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା ବୁଝିବିଚାରି ଦେଇଛନ୍ତି ।

Leave A Reply

Your email address will not be published.