ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା

0

ମୁମ୍ବାଇ (ଆମ ଟିଭି): ସମସ୍ତେ ଅନାଇ ବସିଛନ୍ତି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ’ଣ ହେଲା । ତବର୍ତମାନ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି । ଏହାରି ଭିତରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ସୂଚନା ଅନୁଯାୟୀ, ରାଜୁଙ୍କ ମସ୍ତିଷ୍କରେ ହୋଇଥିବା ସଂକ୍ରମଣ ଧିରେ ଧିରେ କମୁଛି। ଯେଉଁଥିପାଇଁ ଡାକ୍ତରୀ ଦଳ ବର୍ତ୍ତମାନ ଭେଣ୍ଟିଲେଟର ସହାୟତା କମାଇବାକୁ ଚିନ୍ତା କରୁଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ହୃଦଘାତ କାରଣରୁ ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହି ୧୪ ଦିନରେ ବିଭିନ୍ନ ଉନ୍ନତି ଅବନତି ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ତାଙ୍କ ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବରେ କାମ କରୁଛି। କିନ୍ତୁ ସେ ଏବେ ମଧ୍ୟ କୋମାରେ ଅଛନ୍ତି। କିନ୍ତୁ ଡାକ୍ତରଙ୍କ କହିବାନୁଯାୟୀ, ଧୀରେ ଧୀରେ ତାଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସୁଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.