ବିଜୁ ପଟ୍ଟନାୟକଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଆଜି ରାଜ୍ୟରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍‌ ଯୋଗେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ବିକାଶ ସହ ଲୋକଙ୍କୁ ସଶକ୍ତ କରିବାରେ ବିଜୁବାବୁଙ୍କ ଅବଦାନ ଅବିସ୍ମରଣୀୟ। ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସେ ପ୍ରତିବଦ୍ଧ ଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ହେବାକୁ ଯାଉଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହକୁ ରାଜ୍ୟ ସରକାର ପାଳନ କରିବାକୁ ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି। ଜୟଦେବ ଭବନଠାରେ ସା ୭ଟା ସମୟରେ ଏହି କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ଭାବେ ପାଳନ ହେବାକୁ ଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେବା ଲାଗି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଲେ ଏହାର ଶୋଭାବର୍ଦ୍ଧନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିମନ୍ତ୍ରଣ ପତ୍ରକୁ ନେଇ ରାଜନୀତି ଜୋର୍‌ ଧରିଛି। ହ୍ବାଟ୍ସଆପ୍‌ ଜରିଆରେ ବିରୋଧୀ ଦଳ ନେତାଙ୍କୁ ଏଭଳି ନିମନ୍ତ୍ରଣ ଆସିବା କଥା କହି ବିଜେଡି ପାଲଟା ସରକାରଙ୍କ ଉପରେ ବର୍ଷିଛି। ବିଜୁ ବାବୁଙ୍କୁ ନେଇ ଭାଜପା ସରକାର ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି।

ଅନ୍ୟପଟେ, ବିଜୁବାବୁଙ୍କ ଜୟନ୍ତୀ ଅର୍ଥାତ୍‌ ମାର୍ଚ୍ଚ ୫କୁ ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଥିଲେ। ହେଲେ ରାଜ୍ୟରେ ପ୍ରଥମ ଥର ଲାଗି ଗତ ସାଧାରଣ ନିର୍ବାଚନରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଶାସନ ଗାଦିରୁ ହଟିଛି। ରାଜ୍ୟରେ ପ୍ରଥମ ଥର ଲାଗି ଭାଜପା ଶାସନ କ୍ଷମତାକୁ ଆସିବା ପରେ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସର ତାରିଖରେ ପରିବର୍ତ୍ତନ କରିଛି। ରାଜ୍ୟ ସରକାର ସୋମବାର ଏକ ବିଜ୍ଞପ୍ତି ପ୍ରକାଶ କରି ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଏପରିକି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୫କୁ ଯେଉଁ ସରକାରୀ ଛୁଟିଦିନ ଭାବେ ଗଣାଯାଉଥିଲା ତାକୁ ମଧ୍ୟ ପରିବର୍ତ୍ତନ କରିଦିଆଯାଇଛି। ଭାଜପା ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ ଉଭୟ ବିଜେଡି ଓ କଂଗ୍ରେସ ବର୍ଷିଛନ୍ତି

 

Leave A Reply

Your email address will not be published.