ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

0

 ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନର ଏହି ପର୍ଯ୍ୟାୟରେ ଖର୍ଚ୍ଚଦାବି ନେଇ ଆଲୋଚନା କରାଯିବ। ଏହା ସହ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।  ଆଜି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହୋଇପାରେ ।  ମାର୍ଚ୍ଚ ୧୦ରୁ ୨୮ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ  ।

ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ରେ ଆରମ୍ଭ ହୋଇଥିଲା। ଫେବ୍ରୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ ।  ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୧ ଫେବ୍ରୁଆରୀ ଯାଏଁ ଚାଲିଥିଲା ।

ସେପଟେ ରାଜ୍ୟର ହିତ ପାଇଁ ଚାଲେ ବିଧାନସଭା। ପ୍ରସ୍ତୁତ ହୁଏ ନୀତି  ,  ସରକାରୀ ଯୋଜନା ଓ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ହୁଏ  ,  ସରକାରଙ୍କ ଦୋଷ ଦୁର୍ବଳାକୁ ସାମନାକୁ ଆଣିବା ସହ ଲୋକଙ୍କ ସ୍ବାର୍ଥ ପାଇଁ ସ୍ୱର ଉଠାନ୍ତି ବିରୋଧୀ  ।  କିନ୍ତୁ ଅଧିକାଂଶ ସମୟରେ ବିଧାନସଭାରେ ନୀରବ ରହୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେବଳ ନୀରବ ରହୁଛନ୍ତି ତାହା ନୁହଁ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି  ।

ଫାଙ୍କା ରହୁଛି ତାଙ୍କ ଚୌକି  । ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଉପନେତା କେତେ ଦିନ ଉପସ୍ଥିତ ରହିଛନ୍ତି ତାହାର ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ। ଏହି ତଥ୍ୟ ଉପରେ ଟିକେ ନଜର ପକାନ୍ତୁ   ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ୨୫ଟି କାର୍ଯ୍ୟଦିବସ ଥିଲା  ।
ଏହି ୨୫ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ଟି କାର୍ଯ୍ୟ ଦିବସରେ ଉପସ୍ଥିତ ରହିଛନ୍ତି  ,   ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୬ଦିନ ଉପସ୍ଥିତ ରହିଛନ୍ତି  ,  ବିଡମ୍ୱନାର ବିଷୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ମାତ୍ର ଗୋଟିଏ ଦିନ ବିଧାନସଭା ଆସିଛନ୍ତି ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ବିଧାନସଭା ନଆସିପାରନ୍ତି  ।   କିନ୍ତୁ ବିରୋଧୀ ଦଳର ନେତା ଓ ବିଧାୟକ ବିଧାନସଭାରେ ଶାସକ ଦଳକୁ ଘେରିଥାନ୍ତି । ହେଲେ, ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଚୌକି ଫାଙ୍କା ପଡିବା ଆଲୋଚନାର ବିଷୟ ହୋଇଛି    ।

Leave A Reply

Your email address will not be published.