ଦୁବାଇରେ ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ହରାଇ ଜିତିଲା ଚାମ୍ପିୟାନ୍ସ ଟ୍ରଫି

0

ନୂଆଦିଲ୍ଲୀ: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୫ ଚମ୍ପିୟାନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ଇତିହାସ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଭାରତ ଟାଇଟଲ ଜିତିଛି।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୫୧ ରନ କରିଥିଲା। ଜବାବରେ ଭାରତ ୬ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୭୬ ରନ କରିଥିଲେ। ସେହିଭଳି ଶ୍ରେୟାସ ଆୟାର ୪୮ ରନ କରିଥିବା ବେଳେ ଅକ୍ସର ପଟେଲ ୨୯ ରନ, କେ ଏଲ ରାହୁଲ ଅପରାଜିତା ୩୪ ରନ କରିଥିଲେ।

ଏହିପରି ତୃତୀୟ ଥର ପାଇଁ ଭାରତ ଆଇସିସି ଚାମ୍ପିୟାନ୍ସ ଟ୍ରଫି ଜିତି ବିଶ୍ୱର ସର୍ବାଧିକ ଥର ଚମ୍ପିୟାନ୍ସ ଟ୍ରଫି ଜିତିବାର ରେକର୍ଡ଼ ସୃଷ୍ଟି କରିଛି।

Leave A Reply

Your email address will not be published.