ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ : ଦିନ ୧୨ଟା ୯ ପର୍ଯ୍ୟନ୍ତ ଗୃହ ମୁଲତବି

0

ଦୁଇ ଦିନ ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ବିଧାନସଭା । ବଜେଟ୍ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ। ଗୃହ ଆରମ୍ଭ ରୁ ହୋଇଥିଲା ଶୋକ ପ୍ରସ୍ତାବ , ଶୋକ ପ୍ରସ୍ତାବ ପରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ପୋଷ୍ଟର ଏବଂ ପ୍ଲାକାର୍ଡ ଧରି କଂଗ୍ରେସ ସଦସ୍ୟଙ୍କ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି । ରାଜ୍ୟରେ ନାରୀ ଅସୁରକ୍ଷିତ, ନାରୀ ନିର୍ଯାତନା ବନ୍ଦ କର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ରାଜ୍ୟରେ ରାବଣ ଶାସନ ଚାଲୁଥିବା କହି ନାରାବାଜି କରୁଛନ୍ତି…

ଏଥିସହ ବିଧାନସଭା ଗୃହରେ ବିଜେଡି ଉଠେଇଲା ଜୟ ନାରାୟଣ ପ୍ରସଙ୍ଗ । ସେହି ପ୍ରସଙ୍ଗ ପରେ ଗୃହରେ ନାରାବାଜି କରୁଥିବା ଦେଖାଦେଇଛି , ସେପଟେ ଓଡିଶାକୁ ଭାଗ ଭାଗ ଚଳିବ ନାହିଁ ବୋଲି ମଧ୍ୟ ନାରା ଦେଉଛି ବିଜେଡି । ବିଧାୟକଙ୍କୁ ନିଜ ସ୍ଥାନକୁ ଯିବାକୁ ନିବେଦନ କରିଥିଲେ ବାଚସ୍ପତି ସୁରମା ପାଢୀ । ପ୍ରବଳ ହଟ୍ଟଗୋଳ ପରେ ଗୃହ କାର୍ଯ୍ୟକୁ ଦିନ ୧୨ ଟା ୯ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି

Leave A Reply

Your email address will not be published.