ଶ୍ରୀ ଜଗନ୍ନାଥ ରଥ ଯାତ୍ରା: ୟୁନେସ୍କୋ ସୂଚୀରେ ଯୋଡ଼ିବା ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପ୍ରୟାସ

0

ନୂଆଦିଲ୍ଲୀ (ଆମ ଟିଭି): ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ଲୋକସଭାରେ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ୟୁନେସ୍କୋର ଲିଷ୍ଟ ଅଫ୍ ଇଣ୍ଟେଞ୍ଜେବଲ୍ କଲ୍ଚରାଲ ହେରିଟେଜ ଅଫ୍ ହ୍ୟୁମାନିଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଛନ୍ତି।

ସଂସଦରେ ଭାଷଣ ଦେଇ, ସାଂସଦ ସମ୍ବିତ ପାତ୍ର ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଜଗନ୍ନାଥ ଧାମ ଚାରି ଧାମ ମଧ୍ୟରୁ ଗୋଟିଏ ଅଟେ। ରଥଯାତ୍ରା ସମୟରେ, ମହାପ୍ରଭୂ ଶ୍ରୀ ଜଗନ୍ନାଥ ରାଜା ରୂପରେ ନିଜ ଭାଇ ଭଉଣୀଙ୍କ ସହ ରଥରେ ଶ୍ରୀ ମନ୍ଦିରରୁ ବାହାରି ସାଧାରଣ ଜନତା, ଗରିବ ଓ ଅସହାୟମାନଙ୍କୁ ଦର୍ଶନ ଦିଅନ୍ତି ; ଯାହା ପ୍ରାଚୀନ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତୀକ ଅଟେ। ସେ ଏହି ପରମ୍ପରାକୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଳଦୁଆ ବୋଲି ଦର୍ଶାଇଛନ୍ତି।

ସାଂସଦ ସମ୍ବିତ ପାତ୍ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପରମ୍ପରାକୁ ଦୁର୍ଗା ପୂଜା ଏବଂ ମହାକୁମ୍ଭ ଭଳି ୟୁନେସ୍କୋର ଲିଷ୍ଟ ଅଫ୍ ଇଣ୍ଟେଞ୍ଜେବଲ୍ କଲ୍ଚରାଲ ହେରିଟେଜ ଅଫ୍ ହ୍ୟୁମାନିଟିରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି।

ସେ ମଧ୍ୟ ସଂସଦକୁ ସୂଚନା ଦେଇଛନ୍ତି ଯେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏହି ବିଷୟରେ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଆଧିକାରିକ ଭାବେ ପ୍ରଦାନ କରିଛି।

Leave A Reply

Your email address will not be published.