ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ ଅପଶବ୍ଦର ବ୍ୟବହାର; ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର

0

ଭୁବନେଶ୍ବର (ଆମ ଟିଭି): ସୋସିଆଲ ମିଡିଆରେ ଗାଳିଦେବା ମହଙ୍ଗା ପଡ଼ିଲା। ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର। ଇନଫୋସିଟି ପୋଲିସ ତପି ମିଶ୍ରଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାଥାଉକି, ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପିଙ୍କ ନାମରେ ଲେଖା ଚୋରି ଅଭିଯୋଗ ଆଣିଛନ୍ତି ଲେଖିବା ବନସ୍ମିତା ପତି। ବନସ୍ମିତା ଅଭିଯୋଗ କରିଛନ୍ତି ୨୦୨୩ ଅକ୍ଟୋବରରେ ପ୍ରକାଶିତ ପୁସ୍ତକ ‘ଅଗ୍ନି ପରୀକ୍ଷା’ରେ ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦ ପ୍ରକାଶ ପାଇଥିଲା। ଯାହା ଲେଖିକାଙ୍କ ନିଜ ଅନୁସୃଜନ।

ଆଉ ଏହି ଅନୁବାଦର ପ୍ରକାଶନ ରାଇଟ୍ସ ବିକେ ପବ୍ଲିକେସନ ଏବଂ ଭିଜୁଆଲ ରାଇଟ୍ସ ରତ୍ନା ଫିଲ୍ମସ ନିକଟରେ ରହିଛି। ହେଲେ ତପି କିନ୍ତୁ ନିଜକୁ ଗୀତର ଲେଖକ କହି ଓଡ଼ିଆ ଶିବ ତାଣ୍ଡବ ରିଲିଜ୍‌ କରିଛନ୍ତି। ଏମିତିକି ଏନଓସି ନନେଇ ଏଭଳି କରିଥିବା ଅଭିଯୋଗ କରିବା ସହ, ବନସ୍ମିତା ଇନଫୋସିଟି ଥାନାରେ ମାମଲା ରୁଜୁ କରାଇବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।

ହେଲେ ତପି କିନ୍ତୁ ପାଲଟା କେସ୍‌ ଉଠାଇବା ପାଇଁ ଲେଖିକାଙ୍କ ଉପରେ ଚାପ ପକାଉଥିଲେ। ଆଉ ଏହାକୁ ନେଇ ଫେସବୁକ୍‌ ପୋଷ୍ଟରେ ଖରାପ ଶବ୍ଦ ପ୍ରୟୋଗ କରି ଧମକ ଦେବାର ଅଭିଯୋଗ ଆଣି ବନସ୍ମିତା ଆଉ ଥାନାରେ ଆଉ ଏକ ଏତଲା ଦେଇଥିଲେ। ଯାହା ପରେ ପୋଲିସ ଏବେ ତପିଙ୍କୁ ଗିରଫ କରିଛି।

Leave A Reply

Your email address will not be published.