ଜୟପୁର (ଆମ ଟିଭି): ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ। ଏହି ଧମକ ଦେଇଛି ବିକାନେର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା କଏଦୀ ଆଦିଲ। ଏହାକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚତୁର୍ଥ ଥର ପାଇଁ ହତ୍ୟା ଧମକ ମିଳିଛି। ଏହି ଘଟଣାକୁ ନେଇ ଏସପି କବିନ୍ଦର ସିଂହ ସାଗର କହିଛନ୍ତି ଯେ ଅଭିଯୁକ୍ତ ଜଣକ ବିକାନେର ସେଣ୍ଟ୍ରାଲ ଜେଲରୁ ଫୋନ୍ କରି ଏହି ହତ୍ୟା ଧମକ ଦେଇଛି। ଏହା ଜାଣିବାପରେ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଆଦିଲକୁ ହେପାଜତକୁ ନେଇ ପଚରାଉଚରା କରୁଛି।