ସୁଜାତା କାର୍ତ୍ତିକେୟନଙ୍କ ଅବସର ନେଇ ତେଜିଲା ରାଜନୀତି

0

ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାହିଁକି ଅବସର ନେଲେ ସେକଥା କେହି ସ୍ପଷ୍ଟ କରିପାରୁନଥିବା ବେଳେ ସୁଜାତା ବି ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । କିନ୍ତୁ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି କି, ସେ କାହିଁକି ଇସ୍ତଫା ଦେଲେ ସେ ହିଁ ଜାଣିଥିବେ । ହେଲେ ସ୍ୱେଚ୍ଛାକୃତ ଅବସର ନେଇ ତାଙ୍କ ମନ ଭିତରେ ଯେଉଁ କଷ୍ଟ ହୋଇଥିବ ତାହା କାହାକୁ ଅଛପା ନାହିଁ । କିଛି ତ୍ରୁଟି ବିଚ୍ୟୁତି ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀ ସିଧାସଳଖ ସୁଜାତାଙ୍କୁ ଦାୟୀ କରିଥିଲେ । ସୁଜାତା ଗୃହର ସଦସ୍ୟ ହୋଇ ନଥିବାରୁ ସେ ଏହା ଉପରେ ନିଜର ବୟାନ ରଖିପାରିନଥିଲେ । ଏହି କାରଣରୁ ସେ ଅବସର ନେଇଥାଇପାରନ୍ତି ବୋଲି ଅନୁମାନ କରିଛନ୍ତି ରାଜା ସ୍ୱାଇଁ । ଏହାସହ ଅବସର ପରେ ସେ ଏନେଇ ପ୍ରତିକ୍ରୟା ରଖିପାରନ୍ତି ।

Leave A Reply

Your email address will not be published.