ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

0

ପୁରୀ (ଆମ ଟିଭି): ଗତ ୨୬ ତାରିଖରେ ହାଇକୋର୍ଟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଜଷ୍ଟିସ ହରିଶ ଟଣ୍ଡନ ଶନିବାର ପୁରୀ ଆସି ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଓଡିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଶ୍ରୀମନ୍ଦିର ସିଂହଦ୍ଵାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସପି ବିନୀତ ଅଗ୍ରୱାଲ ଙ୍କ ସମେତ ସେବାୟତ ମାନେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ତାଙ୍କୁ ସ୍ବାଗତ କରିଥିଲେ।ରତ୍ନ ବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ ପରେ ପାର୍ଶ୍ଵ ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ ଜଷ୍ଟିସ ଟଣ୍ଡନ।

ତେବେ ସ୍ୱତନ୍ତ୍ର ଭାବେ ଶନିବାର ଜଷ୍ଟିସ ଟଣ୍ଡନ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ବନ୍ଧା ପ୍ରକ୍ରିୟା ଦର୍ଶନ କରିଥିବା ବେଳେ ତାଙ୍କ ନାଁରେ ମଧ୍ୟ ବାନା ବନ୍ଧା ଯାଇଥିବା ଜଣାପଡିଅଛି।

Leave A Reply

Your email address will not be published.