ବିବାଦ ପରେ କାମକୁ ଫେରି କ୍ଷମା ମାଗିଲେ ରଣବୀର

0

ହାସ୍ୟ ଅଭିନେତା ସମୟ ରାଇନାଙ୍କ ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଇଣ୍ଡିଆନ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା। ଏହି ସୋ’ରେ ଆହ୍ଲାବାଦିଆ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଆହ୍ଲାବାଦିଆଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲେ । ଏହି ବିବାଦ ପରେ ରଣବୀର ଭିଡିଓ ସେୟାର କରି କ୍ଷମା ପ୍ରାର୍ଥନା କରିଥିଲେ। ସମ୍ପ୍ରତି ରଣବୀର ପୁଣିଥରେ କାମକୁ ଫେରିଛନ୍ତି।

ରଣବୀର ଆହ୍ଲାବାଦିଆ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘କହିବାକୁ ବହୁତ କିଛି ଅଛି କିନ୍ତୁ ଏବେ ନୁହେଁ।

ଆପଣଙ୍କ ଧୌର୍ଯ୍ୟ ପାଇଁ ଧନ୍ୟବାଦ। ନମସ୍କାର ବନ୍ଧୁଗଣ। ସମସ୍ତ ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ। ଆପଣମାନଙ୍କ ସକାରାତ୍ମକ ବାର୍ତ୍ତା ମୋତେ ଏବଂ ମୋ ପରିବାରକୁ ବହୁତ ସାହାଯ୍ୟ କରିଛି। କାରଣ ଏହି ସମୟ ମୋ ପାଇଁ ବହୁତ କଷ୍ଟକର ଥିଲା। ଖୋଲାଖୋଲି ଭାବରେ ଧମକ ପାଇବା, ଅନଲାଇନରେ ଘୃଣା ପାଇବା ଭଳି ପରିସ୍ଥିତିର ସାମ୍ନା କରିବା ସହଜ ନଥିଲା।

Leave A Reply

Your email address will not be published.