ମୋଦୀଙ୍କୁ ଶଶି ଥରୁରଙ୍କ ପ୍ରଶଂସା
ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରୁ । କରୋନା ସମୟରେ ଭାରତ ମିତ୍ର ଦେଶ ସାଜି ରାଷ୍ଟ୍ରମାନଙ୍କ ଟିକା ଦେବାକୁ ଏକ ପ୍ରଶଂସନୀୟ ଯୋଗଦାନ ଥିଲା ବୋଲି ଥରୁର କହିବ ସହ ମୋଦୀ ସରକାରଙ୍କ ବିଦେଶ ନୀତିକୁ ଖୁବ ପ୍ରଶଂସା କରିଛନ୍ତି । ଦ ୱିକ ପୁସ୍ତକରେ ଶଶିଙ୍କ ଲେଖା ଏବେ ଚର୍ଚ୍ଚା ସାଉଁଟିଛି । ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ବିଜେପି ଓ ମୋଦୀଙ୍କ ପ୍ରତି ଥରୁର ଢ଼ଳୁଥିବା ଖବରରେ ରହିଛି । ଏପରିକି ବିଜେପି ନେତାଙ୍କ ସହ ବିମାନରେ ସେଲଫି ହେଉ କିମ୍ବା ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କ ସହ ଆଲୋଚନା । ଲଗାତାର ଥରୁରଙ୍କ ପ୍ରଶଂସା କଂଗ୍ରେସ ଶିବିରକୁ ଯେତିକି ହଲଚଲ କରିଛି ସେତିକି ବିଜେପି ଶିବିରରେ ଚର୍ଚ୍ଚା
ପ୍ରସଙ୍ଗ ପାଲଟିଛି ।