ପ୍ରେକ୍ଷାଳୟରେ ୨୫ଦିନ ଘମାଘୋଟ, ଟିମ୍ ସହିତ ଦର୍ଶକଙ୍କ ସେଲିବ୍ରେସନ

0

ଭୁବନେଶ୍ୱର (ଆମ ଟିଭି): ୨୫ ଦିନ ଧରି ପେକ୍ଷାଳୟରେ ଚାଲିଛି *ଘମାଘୋଟ* l ମୁକ୍ତିଲାଭ ଦିନଠାରୁ ୨୫ ଦିନ ପର୍ଯ୍ୟନ୍ତ ପ୍ରାୟ ଅନେକ ଶୋ’ ହାଉସଫୁଲ ଦେଖିବାକୁ ମିଳୁଛି l ତେବେ ଓଡ଼ିଆ ଫିଲ୍ମ ରେ ଦର୍ଶକଙ୍କ ଲାଗିଛି ମନ l ଅଣଓଡ଼ିଆ ଦର୍ଶକ ମଧ୍ୟ ଘମାଘୋଟ ଦେଖିବାକୁ ଆସୁଛନ୍ତି ଏବଂ ସବ୍ ଟାଇଟଲ ପଢି ବୁଝୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି l ତେବେ ଓଡ଼ିଆ ଫିଲ୍ମ ଦୁନିଆର ଆଚ୍ଛା ଦିନ୍ ଆସିଲା ବୋଲି ଏହି ଫିଲ୍ମ ରୁ ଅନୁମାନ କରାଯାଏ l

ଯୁବ ପିଢ଼ିଙ୍କ ପାଇଁ, ଯୁବ କଳାକାରଙ୍କୁ ନେଇ, ଯୁବ ନିର୍ଦ୍ଦେଶକ ରାଜା ଡି. ଙ୍କର ବଳିଷ୍ଠ ନିର୍ଦ୍ଦେଶନାରେ ଦୀର୍ଘ ୨୫ ଦିନ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ପାରିଲା।ଆଜି ଭୁବନେଶ୍ବରସ୍ଥିତ ସ୍ତୁତି ପ୍ରକ୍ଷାଳୟରେ ଘମାଘୋଟ ଟିମ୍ ଦର୍ଶକମାନଙ୍କ ସହ କେକ୍ କାଟି ସେଲିବ୍ରେଟ୍ କରିଥିଲେ l ଏହି ଅବସରରେ ପ୍ରଯୋଜକ କୌଶିକ ଦାସ, ନିର୍ଦ୍ଦେଶକ ରାଜା ଡି, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, କାର୍ଯ୍ୟକାରୀ ପ୍ରଯୋଜକ ଦୀପକ ଜେନାଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କାଷ୍ଟ ଆଣ୍ଡ କ୍ରିଉ ଉପସ୍ଥିତ ରହିଥିଲେ।

ଦର୍ଶକମାନେ ପ୍ରକ୍ଷାଳୟରେ ଘମାଘୋଟ ଦେଖିବାପରେ ଅଭିନେତା ସନୋଜ, ବିଭାସ, ସନ୍ଦୀପ, ଆକାଶ, ମିଷ୍ଟର ରାଉତ, କେକେ, ଶୈଳେନ୍ଦ୍ର, ଜୟଶ୍ରୀ , ଶ୍ରେୟା ଏବଂ ଅନ୍ୟାନ୍ୟ ଭୂମିକାରେ ଥିବା ସମସ୍ତ କଳାକାରଙ୍କ ଅଭିନୟରେ ବିଭୋର ହୋଇଛନ୍ତି ଦର୍ଶକ l ଚିରାଚରିତ ପ୍ରେମ, ବିରହ ଓ ପାରିବାରିକ କାହାଣୀଠୁ ଟିକେ ଅଲଗା ରାଜା ଡି ଙ୍କ ନିର୍ଦ୍ଦେଶିତ ଫିଲ୍ମ ଘମାଘୋଟ ଯୁବ ପିଢ଼ିଙ୍କ ହୃଦୟ ଜିଣିଛି l କୌଶିକ ଦାସଙ୍କ ଭଳି ପ୍ରଯୋଜକ ଖୋଲା ହୃଦୟରେ ଯୁବ ପିଢ଼ିଙ୍କ ପାଇଁ ଯୁବ ନିର୍ଦ୍ଦେଶକଙ୍କୁ ଭରସା ଓ ବିଶ୍ୱାସ କରି ବହୁତ ସଫଳତା ମଧ୍ୟ ପାଇଥିବା କଥା ପ୍ରକାଶ କରିଥିଲେ l


ତେବେ ଘମାଘୋଟକୁ ପ୍ରେକ୍ଷାଳୟରେ ପୁରିଛି ୨୫ ଦିନ, ଆଗକୁ ୫୦ ଦିନ ପୂର୍ତ୍ତି ଅବସରରେ ପୁଣି ଥରେ ସେଲିବ୍ରେସନ ହେବ ବୋଲି ଉଭୟ କଳାକାର ଟିମ୍ ଏବଂ ସିନେପ୍ରେମୀ ଦୃଢ ଭାବରେ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.