ପ୍ରେକ୍ଷାଳୟରେ ସିଲଭର ଜୁବୁଲି କଲା “ଘମାଘୋଟ”
ଭୁବନେଶ୍ୱର (ଆମ ଟିଭି): ସିନେ ଦର୍ଶକଙ୍କର ଏବେ ଓଡ଼ିଆ ଫିଲ୍ମ ପ୍ରତି ରୁଚି ବଢିବାରେ ଲାଗିଛି l କର୍ମ ଚଳଚ୍ଚିତ୍ର ପରେ ଘମାଘୋଟ ପ୍ରେକ୍ଷାଳୟରେ ୨୫ଦିନ ଟପିସାରିଛି l ମୁକ୍ତିଲାଭ ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ଅନେକ ଶୋ’ ହାଉସଫୁଲ ଦେଖିବାକୁ ମିଳୁଛି l ଏଥିରୁ ଅନୁମାନ କରାଯାଉଛି ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକଙ୍କର ରୁଚି ବଢିଛି ନିଶ୍ଚୟ l ପ୍ରାୟ ୫ଶହ କଳାକାରଙ୍କୁ ନେଇ ଘମାଘୋଟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ପ୍ରଯୋଜକ କୌଶିକ ଦାସ l ଯାହାକୁ ଅଣଓଡ଼ିଆ ଦର୍ଶକ ମଧ୍ୟ ଦେଖିବାକୁ ଆସୁଛନ୍ତି ଏବଂ ସବ୍ ଟାଇଟଲ ପଢି ବୁଝୁଛନ୍ତି ବୋଲି ପ୍ରତିକ୍ରିୟା ଦେଉଛନ୍ତି l ତେଣୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଶୁଭ ଦିନ ଆସିଛି ବୋଲି ଘମାଘୋଟରୁ ଅନୁମାନ କରାଯାଉଛି l
ଯୁବ ପିଢ଼ିଙ୍କ ପାଇଁ, ଯୁବ କଳାକାରଙ୍କୁ ନେଇ, ଯୁବ ନିର୍ଦ୍ଦେଶକ ରାଜା ଡି. ଙ୍କର ବଳିଷ୍ଠ ନିର୍ଦ୍ଦେଶନାରେ ଦୀର୍ଘ ୨୫ ଦିନ ରୁ ଅଧିକ ଦିନ ଦର୍ଶକଙ୍କୁ ବାନ୍ଧି ପାରିଛି ଘମାଘୋଟ l
ପ୍ରଯୋଜକ କୌଶିକ ଦାସ, ନିର୍ଦ୍ଦେଶକ ରାଜା ଡି, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, କାର୍ଯ୍ୟକାରୀ ପ୍ରଯୋଜକ ଦୀପକ ଜେନାଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କାଷ୍ଟ ଆଣ୍ଡ କ୍ରିଉ ପ୍ରତ୍ୟେକ ପ୍ରେକ୍ଷାଳୟକୁ ଯାଇ ଦର୍ଶକମାନଙ୍କ ସହିତ ମିଶି ଚଳଚ୍ଚିତ୍ର ଦେଖିବା ସହିତ ଦର୍ଶକଙ୍କର ପ୍ରତିକ୍ରିୟା ନେଉଛନ୍ତି l ଅଭିନେତା ସନୋଜ, ବିଭାସ, ସନ୍ଦୀପ, ଆକାଶ, ମିଷ୍ଟର ରାଉତ, କେକେ, ଶୈଳେନ୍ଦ୍ର, ଜୟଶ୍ରୀ , ଶ୍ରେୟା ଏବଂ ଅନ୍ୟାନ୍ୟ ଭୂମିକାରେ ଥିବା ସମସ୍ତ କଳାକାରଙ୍କ ଅଭିନୟରେ ବିଭୋର ହଉଛନ୍ତି ଦର୍ଶକ l ଚିରାଚରିତ ପ୍ରେମ, ବିରହ ଓ ପାରିବାରିକ କାହାଣୀଠୁ ଟିକେ ଅଲଗା ରାଜା ଡି ଙ୍କ ନିର୍ଦ୍ଦେଶିତ ଫିଲ୍ମ ଘମାଘୋଟ, ଯୁବ ପିଢ଼ିଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛି l କୌଶିକ ଦାସଙ୍କ ଭଳି ପ୍ରଯୋଜକ ଯୁବ ପିଢ଼ିଙ୍କ ରୁଚି କୁ ଲକ୍ଷ୍ୟ କରି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି l
ତେବେ ଘମାଘୋଟ ପ୍ରେକ୍ଷାଳୟରେ ୫୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଉଭୟ କାଷ୍ଟ ଆଣ୍ଡ କ୍ରି୍ୟୁଙ୍କ ସମେତ ସିନେପ୍ରେମୀ ଦୃଢ ଭାବରେ ପ୍ରକାଶ କରିଛନ୍ତି l