ଦିଲ୍ଲୀରେ ମୋହନ-ଶାହ ଭେଟ, ଓଡିଶାରେ ଲାଗୁ ହୋଇପାରେ ୩ ନୂଆ ଅପରାଧ ଆଇନ

0

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ମୋହନ ଓ ଶାହଙ୍କ ଭେଟ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ରାଜ୍ୟରେ ୩ ନୂଆ ଅପରାଧ ଆଇନ ଲାଗୁ ନେଇ ଆଲୋଚନା କରିବେ। କୁହାଯାଉଛି ରାଜ୍ୟରେ ଏହି ୩ ଅପରାଧ ଆଇନ ଲାଗୁ ହୋଇପାରେ।

୩ ନୂଆ ଅପରାଧିକ ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ । ଏହି ଆଇନ ୨୦୨୪ ଜୁଲାଇ ୧ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା। ଦଳୀୟ ପ୍ରସଙ୍ଗରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ଏପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଚୟନ ଝୁଲି ରହିଛି। ଏପର୍ଯ୍ୟନ୍ତ ତାହା ନିଷ୍ପତ୍ତି ହୋଇପାରି ନାହିଁ। ଆଗକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ମଧ୍ୟ ସମ୍ଭାବନା ରହିଛି।

ଏହି ପରିପ୍ରେକ୍ଷୀରେ ବିଜେପିର ଦ୍ବିତୀୟ ସର୍ବମାନ୍ୟ ନେତା ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପି ପାଇଁ ଚଳିତ ସପ୍ତାହ ବହୁ ଗୁରୁତ୍ବପୂର୍ଣ୍ଣ। ଏହାପୂର୍ବରୁ ଗତକାଲି ନୂଆଦିଲ୍ଲୀରେ ଓଡିଶା ସରକାର ୧ ଲକ୍ଷ ୩ହଜାର ୯୦କୋଟି ଟଙ୍କାର ୧୩ଟି ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।

Leave A Reply

Your email address will not be published.