ପୁଣି ବଢିଲା ସୁନା ଦାମ୍‌; ଗ୍ରାମ୍‌ ପିଛା ଏତିକି ବୃଦ୍ଧି

0

ଗତ କିଛି ଦିନରେ ସୁନା ଦର କମିଥିବା ବେଳେ ପୁଣି ବଢିଲା ସୁନା ଦାମ୍‌ । ଗୁରୁବାର ସୁନା ଦାମ୍‌ ପ୍ରାୟ ୨୭୦୦ ଟଙ୍କା ବୃଦ୍ଧି ପାଇଛି।

ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା । ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ରହିଛି । ଗତକାଲି ଏହା ୮୨,୯୦୦ ରହିଥିଲା । ଏଥିରେ ୨୭୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୦,୦୪୦ ଟଙ୍କା ରହିଛି । ଗତକାଲି ଏହା ୬୭,୮୩୦ ଟଙ୍କା ଥିଲା । ଏଥିରେ ୨,୨୧୦ ଟଙ୍କା ବୃଦ୍ଧି ହୋଇଛି ।

Leave A Reply

Your email address will not be published.