ଭାରତର ପ୍ରଧାନ ବିଚାରପତି ଭାବେ ବିଆର ଗଭାଇଙ୍କ ନାମ ସୁପାରିସ କଲେ ସଞ୍ଜୀବ ଖାନ୍ନା

0

ଭାରତର ଆଗାମୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଭୂଷଣ ଆର ଗଭାଇଙ୍କ ନାମକୁ ପ୍ରସ୍ତାବ ଦିଆଇଛି। ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଛି।

ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି। ପରମ୍ପରା ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ବିଚାରପତି ତାଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୋଗ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରିଥାନ୍ତି।

ପୂର୍ବରୁ, ଆଇନ ମନ୍ତ୍ରଣାଳୟ ଜଷ୍ଟିସ୍ ଖାନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିଥିଲା। ଯାହା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଯଦି ଜଷ୍ଟିସ୍ ଗଭାଇଙ୍କୁ ନିଯୁକ୍ତ କରାଯାଏ, ତେବେ ସେ ଭାରତର ୫୧ତମ ମୁଖ୍ୟ ବିଚାରପତି ହେବେ।

Leave A Reply

Your email address will not be published.