ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ; ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା

0

ଭୁବନେଶ୍ବର (ଆମ ଟିଭି): ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନବମ ଥର ପାଇଁ ସେ ବିଜେଡିର ସଭାପତି ହେବା ଏକପ୍ରକାର ପକ୍କା । ଏନେଇ ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ ।

ତେବେ ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି। ଏବେ ଦଳର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ନବୀନ ପୁଣି ଥରେ ବିଜେଡି ସଭାପତି ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବିଜେଡି ସଭାପତି ପଦ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ। ତେବେ ବିଜେଡି ସଭାପତି ରେସରେ ଆଉ କେହିନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି। ଆସନ୍ତା ଦୁଇ ଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ।

ଆସନ୍ତା ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଅନ୍ୟପଟେ ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି। ବିଜେଡି ସଭାପତି ଚୟନକୁ ନେଇ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ନବୀନ ବାବୁ ଯାହାକୁ ଯେଉଁ ଦାୟିତ୍ବ ଦେବେ ସମସ୍ତେ ତାଙ୍କୁ ଗ୍ରହଣ କରିବେ। ଅନେକ ନାଁ ଆସୁଛି ସମୟକୁ ଅପେକ୍ଷା କରନ୍ତୁ। ବରିଷ୍ଠ,ମହିଳା,ଯୁବକ ସଭିଙ୍କୁ ସାଥିରେ ନେଇ ଦଳ ଆଗକୁ ବଢିବ ଦଳ।

Leave A Reply

Your email address will not be published.