ବଦଳିଯିବ ରାସନ କାର୍ଡର ରୂପ ରଙ୍ଗ , ନୂଆ ଢଙ୍ଗରେ ବଣ୍ଟାଯିବ କାର୍ଡ : ଖାଦ୍ୟ ଯୋଗାଣ ମନ୍ତ୍ରୀ
ନୂଆ ରୂପ ରଙ୍ଗ ଓ ନୂଆ ଢଙ୍ଗରେ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ରାଜ୍ୟରେ ୫ଲକ୍ଷ ୯୦ହଜାର ନୂଆ ହିତାଧିକାରୀ ପାଇବେ ରାସନ କାର୍ଡ । ଖୁବ ଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ବଣ୍ଟାଯିବ ନୂଆ ରାସନ କାର୍ଡ । ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଖୁବ୍ ଶୀଘ୍ର ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ତେବେ ବଦଳିଯିବ ରାସନ କାର୍ଡର ରୂପ ରଙ୍ଗ । ଆଉ ନୂଆ ଢଙ୍ଗରେ ବଣ୍ଟାଯିବ ଏହି ନୂଆ ରାସନ କାର୍ଡ । ରାଜ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ୫ ଲକ୍ଷ ୯୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଏହି ନୂଆ ରାସନ କାର୍ଡ । ପୂର୍ବ ସରକାରଙ୍କ ଅମଳରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ତେବେ ଏବେ ମଧ୍ୟ ପୋର୍ଟାଲ ଖୋଲା ରହିଛି । ନୂଆ ଆବେଦନକାରୀ ମାନେ ଆବେଦନ କରିପାରିବେ । ଯେଉଁ ହିତାଧିକାରୀଙ୍କର କେଓ୍ବାଇସି ହୋଇପାରିନାହିଁ ଓ ନୂଆ ଆବେଦନକାରୀଙ୍କ କଥା ମଧ୍ୟ ଖୁବ୍ଶୀଘ୍ର ସମାଧାନ କରାଯିବ । ପୂର୍ବ ସରକାରଙ୍କ ଅମଳରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଉଛି ଓ ଦୁର୍ନୀତି ଅନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ଆଉ ନୂଆ ରାସନ କାର୍ଡକୁ ଏପ୍ରିଲ ୨୨ ତାରିଖ ସୁଧା ଛାପିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇସାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଢେଙ୍କାନାଳରେ ହିଁ ଏହି ନୂଆ ରାସନ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରାଯାଇ ରାଜ୍ୟବ୍ୟାପୀ ଏକକାଳୀନ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।