ଏବେ ବୁନ୍ଦାଏ ପାଣି ପାଇଁ ଛଟପଟ ହେବ ପାକିସ୍ତାନ: ସିନ୍ଧୁ ଜଳ ଚୁକ୍ତି ସମାପ୍ତ କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ

0

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଶୁକ୍ରବାର ଦିନ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତାଦେଶ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ମଧ୍ୟରେ ୪୫ ମିନିଟର ଦୀର୍ଘ ଆଲୋଚନାରେ ପାକିସ୍ତାନ ଯାଉଥିବା ଜଳକୁ ରୋକିବା ପାଇଁ ଉପାୟ ଉପରେ ଆଲୋଚନା କରାଯାଇଥିଲା।

ସୂଚନାନୁସାରେ, ଏହି ବୈଠକରେ ତୁରନ୍ତ, ମଧ୍ୟମ ଏବଂ ଦୀର୍ଘକାଳୀନ ତିନୋଟି ପ୍ରମୁଖ ବିକଳ୍ପ ଉପରେ ବିଚାର କରାଯାଇଥିଲା। ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ଏକ ବୁନ୍ଦା ପାଣି ମଧ୍ୟ ପାକିସ୍ତାନ ଯିବାକୁ ଦିଆଯାଉ ନାହିଁ। ବୈଠକ ପରେ ନିଷ୍ପତ୍ତି ନିଆଗଲା ଯେ, ଜଳ ବନ୍ଦ କରିବା ପାଇଁ ପ୍ରତ୍ୟେକ ସମ୍ଭାବ୍ୟ ପଦ୍ଧତିରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାପୂର୍ବରୁ ଜଲ ଶକ୍ତି ମନ୍ତ୍ରଣାଳୟର ସଚିବ ଦେବଶ୍ରୀ ମୁଖାର୍ଜୀ ପାକିସ୍ତାନ ଜଳ ସମ୍ପଦ ମନ୍ତ୍ରଣାଳୟର ସଚିବ ସୟଦ ଅଲି ମୁର୍ତାଜାଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ମାଧ୍ୟମରେ ସେ ତୁରନ୍ତ ପାକିସ୍ତାନକୁ ସିଧା ସଳଖ ଜଳ ଚୁକ୍ତି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

ଏହି ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ଭାରତ ସରକାର ପୁଙ୍ଖାନୁପୁଙ୍ଖ ବିଚାର ପରେ ଗ୍ରହଣ କରିଛନ୍ତି ବୋଲି ଦେବଶ୍ରୀ ମୁଖାର୍ଜୀ ଚିଠିରେ ସ୍ପଷ୍ଟ କରିଛନ୍ତି। ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ତୁରନ୍ତ ପ୍ରଭାବ ସହିତ ସିନ୍ଧୁ ଜଳ ଚୁକ୍ତି ୧୯୬୦ ସ୍ଥଗିତ ରହିବ। ସୂଚନାଯୋଗ୍ୟ ଯେ, ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତା ଅଧୀନରେ ୧୯୬୦ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଦୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ଭାରତ ତିନିଟି ପୂର୍ବ ନଦୀର ଜଳ ବ୍ୟବହାର କରିବାର ଅଧିକାର ଥିବାବେଳେ ପାକିସ୍ତାନକୁ ତିନି ପାଶ୍ଚାତ୍ୟ ନଦୀର ପ୍ରବାହ ଦିଆଯାଇଥିଲା।

Leave A Reply

Your email address will not be published.