ମେ’ ୧୫ରୁ ୨୦ ଭିତରେ ପ୍ରକାଶ ପାଇବ +2 ପରୀକ୍ଷା ଫଳ

0

ଭୁବନେଶ୍ବର (ଆମ ଟିଭି): ଏପ୍ରିଲ ୩୦ରେ ସରିବ ଯୁକ୍ତ ଦୁଇ ଖାତା ଦେଖା। ମେ’ ୧୫ରୁ ୨୦ ଭିତରେ ପ୍ରକାଶ ପାଇବ ପରୀକ୍ଷା ଫଳ। ପୂର୍ବରୁ ଏପ୍ରିଲ ୨୮ରେ ଖାତା ଦେଖା ସାରିବାକୁ ସ୍ଥିର ହୋଇଥିଲା। ହେଲେ ହିଟୱେଭ ଯୋଗୁଁ ମାଲକାନଗିରି ଓ ବରଗଡରେ କିଛି ସମସ୍ୟା ଦେଖା ଯାଇଥିଲା।

ଟାଣ ଖରା ଯୋଗୁଁ ସେଣ୍ଟର ଆସିବାକୁ ଅସୁବିଧା ହେଉଥିବା ଅଭିଯୋଗ ଆସିଥିଲା। ସକାଳ କି ସନ୍ଧ୍ୟାରେ ଖୋଲି ପାରିବେ ସେଣ୍ଟର। ରାଜ୍ୟର ୧୪୮ଟି ଜୋନ ପାଇଁ ଏହି ନିର୍ଦ୍ଦେଶ ରହିଛି। ୯୦ ପ୍ରତିଶତ ଖାତା ଦେଖା ସରିଲାଣି। ଅନଲାଇନ ଅପଡେଶନ ପାଇଁ ଦୁଇ ଦିନ ଲାଗିବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।

Leave A Reply

Your email address will not be published.