ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ବାତିଲ

0

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମେ’ ୯ରେ ରୁଷିଆର ବିଜୟ ଦିବସ ପରେଡ୍‌ରେ ଯୋଗଦେବାର ଥିଲା। ଏହି କାର୍ଯ୍ୟକ୍ରମ ରୁଷିଆର ରାଜଧାନୀ ମସ୍କୋରେ ଅନୁଷ୍ଠିତ ହେବାର ଅଛି। ପ୍ରଧାନମନ୍ତ୍ରଙ୍କେ ଗସ୍ତ ବାତିଲ ସମ୍ପର୍କରେ କ୍ରେମଲିନ ସୂଚନା ଦେଇଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ରୁଷିଆ ବିଜୟର ଏହା ୮୦ତମ ବାର୍ଷିକୀ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି, ପ୍ରଧାନମନ୍ତ୍ରୀ ଉପସ୍ଥିତ ନ ଥିଲେ ମଧ୍ୟ ଭାରତର ପ୍ରତିନିଧିତ୍ୱ ଜଣେ କୂଟନୈତିକ ପ୍ରତିନିଧିଙ୍କ ମାଧ୍ୟମରେ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନ କେଉଁ ଭାରତୀୟ ଅଧିକାରୀ ନେବେ କିମ୍ବା କେଉଁ ସ୍ତରର ଅଧିକାରୀ ହେବେ ତାହା ଦିମିତ୍ରୀ ପେସକୋଭ କହି ନାହାନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲା। ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟ ନିମନ୍ତ୍ରଣକୁ ଗ୍ରହଣ କରିଥିଲା।

 

ପ୍ରତିବର୍ଷ ମସ୍କୋରେ ୯ ମେ’ରେ ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହୁଏ। ଏହା ରେଡ ସ୍କୋୟାରରେ ଆୟୋଜିତ ହୋଇଛି। ରୁଷୀୟ ସଶସ୍ତ୍ର ବାହିନୀର ଏହି ପରେଡ ବହୁତ ଗୁରୁତ୍ୱପୂର୍ଣ୍ଣ, ସାଧାରଣତଃ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାଷଣ ଦିଅନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରୁଷିଆ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରୁଛି। ଏହି ପରେଡ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ରୁଷିଆର ର୍ନିଣ୍ଣାୟକ ବିଜୟକୁ ସ୍ମରଣ କରେ।

 

୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଆତଙ୍କବାଦୀମାନେ ଲୋକଙ୍କ ନାମ ଏବଂ ଧର୍ମ ପଚାରିବା ପରେ ସେମାନଙ୍କୁ ହତ୍ୟା କରିଥିଲେ। ଆକ୍ରମଣ ପରେ ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧ ରହିଛି। ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ମୋଦି ସରକାର ଏପର୍ଯ୍ୟନ୍ତ ପାକିସ୍ତାନ ଉପରେ ଅନେକ ବଡ଼ ନିଷ୍ପତ୍ତି ନେଇସାରିଛନ୍ତି, ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଏହା ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କକୁ ମଧ୍ୟ ହ୍ରାସ କରିଛି

Leave A Reply

Your email address will not be published.