ଭାରତ-ପାକ୍ ଟେନସନ୍: ପଞ୍ଜାବରେ ବ୍ଲାକଆଉଟ ଲାଗୁ, ରାତିସାରା ଜଳିବନି ଲାଇଟ୍
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ସୀମା ଆରପାରିରୁ ପାକିସ୍ତାନୀ ସେନା ପକ୍ଷରୁ ନିରନ୍ତର ଗୁଳିମାଡ଼ ଚାଲିଛି। ବୁଧବାର ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ, ଯେଉଁଥିରେ ଆତଙ୍କବାଦୀ ମାସୁଦ ଆଜହାରର ପରିବାରର ୧୦ ଜଣ ସଦସ୍ୟ ମଧ୍ୟ ଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ଭାରତରେ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଛି। ସବୁଆଡୁ ପାକ୍କୁ ମାତ୍ ଦେଉଛି ଭାରତ।
ପାକ୍ ସେନାର ଯୋଜନାକୁ ପଣ୍ଡ କରିବାରେ ଲାଗିଛି ଭାରତୀୟ ସେନା। ଭାରତର ଉନ୍ନତ୍ତକୌଶଳ ଅସ୍ତ୍ରଶସ୍ତ୍ର, ମିସାଇଲ୍ ଆଗରେ ହାର୍ ମାନୁଛି ପାକ୍ର ମିସାଇଲ ମାଡ। ଆକାଶ ମାର୍ଗରୁ ପାକ୍ର ଅସ୍ତ୍ରକୁ ଟକ୍କର ଦେଉଛି ଭାରତର ସୁଦର୍ଶନ ଚକ୍ର। ଏହାରି ମଧ୍ୟରେ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳ ଗୁର୍ଦାସପୁରରେ କଡାକଡି କରାଯାଇଛି। ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ଗୁରୁଦାସପୁରରେ ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ବ୍ଲାକ୍ଆଉଟ୍ ଲାଗୁ ରହିବ।