ଜମ୍ମୁରେ ଫସି ରହିଛନ୍ତି କି ଛାତ୍ରୀଛାତ୍ର? ଏହି ନମ୍ବରେ କରୁନ୍ତୁ କଲ୍
ଜମ୍ମୁରେ ଫସିରହିଥିବା ୧୧୪ ଓଡ଼ିଆ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା ହୋଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି ହୋଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଜାରି ହୋଇଥିବା ନମ୍ବର (-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧) ରହିଛି।
ଅନ୍ୟପକ୍ଷେ ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ ଜାରି ହୋଇଥିବା ନମ୍ବର (-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪) ରହିଛି।
ଏହି ନମ୍ବରରେ ଛାତ୍ରଛାତ୍ରୀ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷେ, ଓଡ଼ିଶାର ୫ କୃଷି ବିଜ୍ଞାନ ଛାତ୍ରୀଛାତ୍ର ଶ୍ରୀନଗରରେ ଫସିରହିଛନ୍ତି। ସେମାନେ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । କୌଣସି ମତେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେଇଯିବାବାକୁ ଗୁହାରି କରିଛନ୍ତି। ସୋନେ କହିଛନ୍ତି, ଦିଲ୍ଲୀ ଓଡ଼ିଶା ଭବନ ସହିତ ଯୋଗାଯୋଗ କରିଛୁ।
ଶ୍ରୀନଗରରେ ଡ୍ରୋନ ଆଟାକ୍ ଶଦ୍ଦ ଶୁଣିବାକୁ ପାଇଛୁ। ଆଜି ନ ଗଲେ କାଲି ଆହୁରି ଅଧିକ ସମସ୍ୟା ହୋଇପାରେ। ଅନ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଲେଣି, ଆମକୁ ନିଅନ୍ତୁ ବୋଲି ଛାତ୍ରୀଛାତ୍ର ନିବେଦନ କରିଛନ୍ତି।